ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ନାଥୁବାରୁ ଲୋକ ହନ୍ତସନ୍ତ 

ଡ଼ାବୁଗାଁ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ନାଥୁବାରୁ ଲୋକ ହନ୍ତସନ୍ତ 

ଡାବୁଗାଁ, ୧୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହାପ୍ରୟାଣ ଗାଡ଼ି ନାହଁ । ଚିକିତ୍ସାଳୟରେ କୌଣସି ଲୋକ ମରି ଯାଆନ୍ତି ତାହେଲେ ପରିବାର ବର୍ଗ ଭଡ଼ା ଗାଡ଼ି ନଚେତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମହାପ୍ରୟାଣ ଗାଡ଼ି ଉପରେ ନିର୍ଭର କରଛନ୍ତି । ସୁଚନାଯୋଗ୍ୟ:- ଗତ କିଛି ବର୍ଷ ପୂର୍ବେ ଏପରି ଘଟଣା ବାରମ୍ବାର ହେଉଥିବା ବେଳେ ବହୁତ ଚେଷ୍ଟା ପରେ ଏକ ମହାପ୍ରୟାଣ ଗାଡ଼ି ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଆଜକୁ ପ୍ରାୟ ୧୫ଦିନ ହେବ ସେହି ଗାଡ଼ି କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେଣୁ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା ମୃତ ଶରୀରକୁ ପରିବାର ଲୋକେ ବେସରକାରୀ ଗାଡ଼ି କିମ୍ବା ଜିଲା ସଦର ମହକୁମାରୁ ମହାପ୍ରୟାଣ ଗାଡି ଆସିବା ପର୍ଯ୍ୟନ୍ତ ପ୍ରାୟ ୪/୫ ଘଣ୍ଟା ଅପେକ୍ଷା କରୁଛନ୍ତି । ସୋମବାର ରାଇଘର ବ୍ଲକ ର ଏକ ଦମ୍ପତି ନିଜ ଶିଶୁ କନ୍ୟା ଶବ ନେବା ପାଇଁ ହନ୍ତସନ୍ତ ହୋଇଛନ୍ତି | ଆଜି ସୋମବାର ଥିବାରୁ ରାଇଘର ଥାନା ଅଧିନ କସୁମପୁର ଗ୍ରାମର କପୁର ଗଣ୍ଡ ନିଜ ଏକ ବର୍ଷର ଶିଶୁ କନ୍ୟା ବିନତାବାଇ ଗଣ୍ଡଙ୍କ ଦେହ ଅସୁସ୍ଥ ଥିବାରୁ ନିଜ ସ୍ତ୍ରୀ ଙ୍କ ଶହ ଡ଼ାବୁଗାଁ ସ୍ଥିତ କେଲିଆ ଶୈବ ପୀଠକୁ ମହାଦେବ ଙ୍କ ଦର୍ଶନ ପାଇଁ ଯାଉଥିଲେ । ଅଧା ବାଟରେ ଝିଅର ଦେହ ଅଧିକ ଖରାପ ହେବାରୁ ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ | ସେଠାରେ ଡାକ୍ତର ବିନତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ନିହାତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଅନ୍ୟ ଗାଡି ଆୟୋଜନ କରିପାରି ନଥିଲେ । ଡ଼ାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ମହାପ୍ରୟାଣ ଗାଡି ନଥିଲା | ଅପରାହ୍ନ ୧ ଘ. ସମୟରେ ଶିଶୁଟିର ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନେ ସନ୍ଧ୍ୟା ୫ ଘ. ସମୟରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ମହାପ୍ରୟାଣ ଗାଡି ଆସିବା ପରେ ଶିଶୁ କନ୍ୟାର ଶବ ନେଇ ଘରକୁ ଫେରିଥିଲେ । ଦୁଃଖର ସହ କହିବାକୁ ପଡୁଛି ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ମହାପ୍ରଣୟ ଗାଡିକୁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି, ତେଣୁ ଶବ ନେବା ପାଇଁ ସାଧାରଣ ଲୋକ ପ୍ରାଇବେଟ ଗାଡିକୁ ୪/୫ ହଜାର ଦେଇ ଶବ ନେବା ପାଇଁ ବାଧ୍ୟ ହେଉଛନ୍ତି । ଏବିଷୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ ଙ୍କୁ ଯୋଗାଯୋଗ ୧୫ ଦିନ ହେବ ଡାବୁଗାଁ ର ମହାପ୍ରୟାଣ ଗାଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ନିଆଯାଇଛି ବୋଲି କହିଥିଲେ । ଡାବୁଗାଁ ଅଂଚଳରେ ଦିନକୁ ଦିନ ଯେପରି ଦୁର୍ଘଟଣା ଘଟୁଛି ଏହାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଡାବୁଗାଁ ମହାପ୍ରୟାଣ ଗାଡି ଡାବୁଗାଁ କୁ ସ୍ଥାନାନ୍ତର କରାଗଲେ ଡାବୁଗାଁ ବାସୀ ଉପକୃତ ହୋଇପାରନ୍ତେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାହିତ୍ୟ ନାଟକ କଳା ପରିଷଦର ୨୪ତମ ବାର୍ଷିକ ଉତ୍ସବ

Sunil Chandra Nayak

୪ର୍ଥ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୪ ଓ ୫ ରେ ……

Sunil Chandra Nayak

ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!