ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା  ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ

ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା  ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ

ଛତ୍ରପୁର ତା.୦୭.୦୪.୨୦୨୬ ଆଜି ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା ସ୍ଥାନୀୟ ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ଓ ତ୍ୱରିତ ରୂପାୟନ କରିବାର ଲକ୍ଷ୍ୟ ରଖ ଯାଇଛି । ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ପ୍ରଶାସନିକ ସେବା ଏବଂ ଓଡିଶା ପ୍ରଶାସନିକ ସେବା ଭଳି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଲକ୍ଷ୍ଯ ନିକେତନ ମାଧ୍ଯମରେ ଅଭିଜ୍ଞ ଆଇ.ଏ.ଏସ୍., ଆଇ.ପି.ଏସ୍. ଏବଂ ଅବସରପ୍ରାପ୍ତ ଅଧିକାରୀ ମାନଙ୍କ ଦ୍ବାରା ମାଗଣା କୋଚିଂ , ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ତଥ୍ଯ ଓ ଶିକ୍ଷା ଅଗ୍ରଗତି ତଦାରଖ ଗଞ୍ଜାମ ୩୬୦ ଆପ ମାଧ୍ୟମରେ କରାଯିବାର ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ସେମାନଙ୍କର ପରୀକ୍ଷାଫଳ ପର୍ଯ୍ୟନ୍ତ ସବୁକିଛି ଏହି ପୋର୍ଟାଲ ମାଧ୍ଯମରେ ଟ୍ରାକ କରାଯାଇପାରିବ । ସ୍କୁଲରେ ଦିଆଯାଉଥିବା ମଧ୍ଯାହ୍ନ ଭୋଜନ, ପାନୀୟ ଜଳ, ଶୌଚାଳୟର ପରିଛନ୍ନତା, ଏବଂ ଅନ୍ଯାନ୍ଯ ସୁବିଧାର ସ୍ଥିତି କିପରି ଅଛି ତାହା ଅଧିକାରୀ ମାନେ ତଦାରଖ କରି ଏହି ମୋବାଇଲ୍ ଆପ୍ ରେ ଲିପିବଦ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି ।। 

ସରକାରୀ କର୍ମଚାରୀ ମାନଙ୍କୁ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟ କେତେ ଦୂର ଆଗେଇଛି, ତାହାର ଡିଜିଟାଲ ରିପୋର୍ଟିଂ ଏଠାରେ କରାଯିବ । ଜନ ସାଧାରଣଙ୍କ ମତାମତ ଏବଂ ବିଭିନ୍ନ ଯୋଜନାର ତୃଣମୂଳ ସ୍ତରରେ ସ୍ଥିତି ଜାଣିବା ପାଇଁ ଏହି ଆପ୍ ମାଧ୍ଯମରେ ସର୍ଭେ କରାଯିବ । ଏହି ଆପର ସଫଳ ଓ ପାରଦର୍ଶୀ ବ୍ୟବହାର ଗଞ୍ଜାମ ଜିଲ୍ଲା ର ବିକାଶ ଧାରାକୁ ତ୍ୱରାନ୍ନିତ କରିବ ବୋଲି ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଓ୍ବାସନ୍ ଆଶାବ୍ୟକ୍ତ କରିଛନ୍ତି । 

 ଅଧିକାରୀମାନେ ଯେତେବେଳେ କୌଣସି ସ୍କୁଲ, ଅଙ୍ଗନଓ୍ବାଡି କିମ୍ବା ସ୍ବାସ୍ଥ୍ଯକେନ୍ଦ୍ର ପରିଦର୍ଶନ କରିବେ ସେମାନଙ୍କୁ ସେହି ସ୍ଥାନରୁ ଗଞ୍ଜାମ ୩୬୦ ଆପ୍ ମାଧ୍ଯମରେ ତଥ୍ଯ ଅପଲୋଡ୍ କରିବାକୁ ହେବ । ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନ ଦିଗରେ ଏହା ଏକ ନୂତନ ପ୍ରୟାସ । ଗଞ୍ଜାମ ୩୬୦ ଆପ୍ କିପରି ଡାଉନଲୋଡ୍ କରାଯାଇପାରିବ ଓ ଏହାକୁ କିପରି ବ୍ଯବହାର କରାଯିବ ସମସ୍ତ ବିଷୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର ଓ ଅନ୍ଯାନ୍ଯ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

Related posts

ଜଳି ହୋଇଥିବା ଥିବା ବୃଦ୍ଧା ଚିକିତ୍ସା ସମୟରେ ମୃତ 

Sunil Chandra Nayak

ରାକ୍ଷୀ ପୂର୍ଣ୍ଣିମା ପାଳନ           

masiha

କୋକସରା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!