ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ଅବସର ରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ପକ୍ଷ ଅବସର ରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୦୫/୦୪/୨୫: ଓଡ଼ିଆ ପକ୍ଷ ପାଳନ ର ଅଞ୍ଚମ୍ ଦିନ ରେ ଆଜି ଐତିହ୍ଯସ୍ଥଳୀର ସୁରକ୍ଷା ଓ ଯୁବପିଢ଼ିଙ୍କ ମଧ୍ଯରେ ଏନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଜିଲ୍ଲା କ୍ରୀଡ଼ା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିକାଶ ଭବନ ଠାରୁ ନୂତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 

ଏହି ଗଣ ଦୌଡ଼ କୁ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଶୁଭାରମ୍ଭ କରିଥିଲେ। ଏହି ଅବସର ରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଶ୍ରୀ ଅମିତ୍ କୁମାର ଟୁଡୁ, ଅବକାରୀ ଅଧିକ୍ଷକ ଶ୍ରୀ ପ୍ରମୋଦ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସୁଦିପ୍ତ ନାଏକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏଥିରେ ବହୁ ସଂଖ୍ୟା ରେ ଛାତ୍ରଛାତ୍ରୀ ମାନେ ଭାଗ ଅଂଶ ଗ୍ରହଣ କରି ସମସ୍ତ ଐତିହ୍ୟ ସ୍ଥଳ ଗୁଡ଼ିକର ସୁରକ୍ଷା ନିମନ୍ତେ ସଚେତନତା ର ବାର୍ତ୍ତା ଦେଇଥିଲେ। ପରେ ପରେ ଗଣଦୌଡ଼ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

Sunil Chandra Nayak

ମହାନ ସଂଘ ପକ୍ଷରୁ ଓଡିଶାର ବିନ୍ଧାଣୀ ଗଜପତିଙ୍କ ତିରୋଧାନ ଦିବସ ପାଳିତ 

masiha

ଦିଲ୍ଲୀ, ଜନ୍ତର-ମନ୍ତରର ଛାତ୍ର- ଯୁବ ଆନ୍ଦୋଳନର ଐତିହାସିକ ବିଜୟ ଉପଲକ୍ଷେ ଶପଥ ଯାତ୍ରା

Sunil Chandra Nayak

Leave a Comment

error: Content is protected !!