ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

*ଦେଶୀ ରନ୍ଧା ମଦ ଜବତ, ୦୪ ଗିରଫ* 

*ଦେଶୀ ରନ୍ଧା ମଦ ଜବତ, ୦୪ ଗିରଫ* 

 ମୟୂରଭଞ୍ଜ – ୫/୦୪ // ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନା ଅନ୍ତର୍ଗତ ଅଁଳାଡୁବା, ଗୋଲମୁଣ୍ଡା, ବାଲିଢିପା, ଓ ଜାନମଘୁଟୁ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୭୩ ଲିଟର ଦେଶୀ ରନ୍ଧା ମଦ ଜବତ ସହିତ ମୋଟ ୦୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଗିରଫ ଆସାମୀ ମାନେ ହେଲେ ଅଁଳାଡୁବା ଗ୍ରାମର ସୁମିତ୍ରା ଗୋପ, ଗୋଲମୁଣ୍ଡା ଗ୍ରାମର ପଦ୍ମାବତୀ ବେହେରା, ବାଲିଢିପା ଗ୍ରାମର ବାଲି ଟୁଡୁ ଓ ଜାନମଘୁଟୁ ଗ୍ରାମର ସାକର ମୁର୍ମୁ । ଜବତ ଦେଶୀ ରନ୍ଧା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ଅରୁଣ କୁମାର ମୁଦୁଲି, ବିପ୍ଳବ କୁମାର ମଲ୍ଲିକ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Sunil Chandra Nayak

ବାଲିବୋ ବାଇପାସ୍ ରାସ୍ତା କଡ଼ରୁ ଅଜଣା ଗଳିତ ମୃତଦେହ ଠାବ

Sunil Chandra Nayak

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ ,  ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

masiha

Leave a Comment

error: Content is protected !!