ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର(ରବି ନାରାୟଣ ମହାନ୍ତି)ତା ୨୨/୦୬-ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଜଣେ ବ୍ୟକ୍ତିଙ୍କ ଶବକୁ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଶବ ଜବତ କରିଛି। ମୃତ ବ୍ୟକ୍ତି ଜଣକ ହେଲେ ଝରିଗାଁ ବ୍ଲକ, ବେଲଗାଁ ପଞ୍ଚାୟତ ଅନ୍ତର୍ଗତ କରମରି ଗ୍ରାମର ଡ଼ମୁରୁଧର ମାଝୀ ପିତା ସ୍ବର୍ଗତ ଗୋବିନ୍ଦ ମାଝୀ ଙ୍କ ପୁଅ (୪୬) ବୋଲି ଜଣା ପଡ଼ିଛି। ମୃତ ବ୍ୟକ୍ତିଙ୍କ ୫ ବର୍ଷ ଓ ତିନି ବର୍ଷର ପୁଅ ଓ ଝିଅ ଅଛନ୍ତି। ମୃତକଙ୍କ ବଡ଼ ଭାଇ ଧନସାଏ ମାଝୀ ଝରିଗାଁ ଥାନାରେ ଏତଲା ଦେବାପରେ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନିର୍ଦ୍ଦେଶନାରେ ଏ ଏସ ଆଇ ଲକ୍ଷ୍ମୀନାରାୟଣ ଦୋରାଙ୍କ ନେତୃତ୍ୱରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ଶହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

Vigilance Nabs Rayagada SE with Rs 1.5 Lakh in Unaccounted Cash

masiha

ଏଏସଆଇ ଗୋପାଳ ଦାସ ସରକାରୀ ଚାକିରିରୁ ବିଦା , ଗୋପାଳଙ୍କୁ ଚାକିରିରୁ ବରଖାସ୍ତ କଲେ ଝାରସୁଗୁଡ଼ା SP

Sunil Chandra Nayak

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!