ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ଲଷ୍ଟର ସ୍ତରୀୟ ବୈଠକ ପରିଦର୍ଶନ

ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ଲଷ୍ଟର ସ୍ତରୀୟ ବୈଠକ ପରିଦର୍ଶନ 

ରାୟଗଡା ତା ୨୧.୬.୨୦୨୪ // ରାୟଗଡା ଜିଲ୍ଲା ର ସମସ୍ତ ବିଦ୍ୟାଳୟ କ୍ଲଷ୍ଟର ସ୍ତରରେ ଶୁକ୍ରବାର ବୈଠକ ମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ରାୟଗଡା ସଦରରେ ଥିବା ବ୍ରାହ୍ମଣ ସାହି ଓ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଏହାର ଅନୁଧ୍ୟାନ କରିବା ସହ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ଶିକ୍ଷାର ସ୍ଥିତି ଓ ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଗୁଡିକରେ ସାମ୍ପ୍ରତିକ ସମସ୍ୟା, ଶିଶୁଙ୍କ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା, ଗୁଣାତ୍ମକ ଶିକ୍ଷା ଓ ପୋଷଣକୁ ଅଧିକ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ନ୍ୟୁନତମ ଶିକ୍ଷଣ ସ୍ତର ହାସଲ ସହ ମୂଲ୍ୟବୋଧ ଭିତ୍ତିକ ଆନନ୍ଦମୟ ଶିକ୍ଷା, ଗୁରୁ ଶିଷ୍ୟ ସମ୍ପର୍କ, ଶିକ୍ଷା ଉପକରଣର ବ୍ୟବହାର ଓ ନିରନ୍ତର ମୂଲ୍ୟାୟନ ଆଦି ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ପେଡାଗୋଜି ସଂଯୋଜକ ଜ୍ଞାନ ରଞ୍ଜନ ସାହୁ ପ୍ରାଥମିକ ଶିକ୍ଷାକୁ ସୁଦୃଢୀକରଣ ନିମନ୍ତେ କେତେକ ମୂଳ ବିନ୍ଦୁ ଉପରେ ଆଲୋଚନା କରିଥିଲେ। ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ ସମସ୍ତ ଅଂଶଗ୍ରହଣକାରୀ ଯୋଗ ଅଭ୍ୟାସ କରିଥିଲେ । ଜିଲ୍ଳାରେ ପ୍ରାଥମିକ ଶିକ୍ଷାର ସଫଳତା ନିମନ୍ତେ ଶିକ୍ଷକ, ଶିକ୍ଷୟିତ୍ରୀ ଗୁରୁଦାୟିତ୍ଵ ବହନ କରିବା ଜରୁରୀ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

Sunil Chandra Nayak

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

masiha

Leave a Comment

error: Content is protected !!