ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ ଉତ୍ସବର ସଫଳ କାମନା ନିମନ୍ତେ ମା’ ଙ୍କ ନିକଟରେ ଶରଣ

ବାର୍ଷିକ ଉତ୍ସବର ସଫଳ କାମନା ନିମନ୍ତେ ମା’ ଙ୍କ ନିକଟରେ ଶରଣ

ବାଲେଶ୍ଵର/କେନ୍ଦୁଝର,୨୨/୬/୨୪- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡାପିଠା ଠାରେ ଅନୁଷ୍ଠିତ ସଂଯୋଗୀ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହର ଯୋଗଦେବା ଲାଗି ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘଟଗାଁ ପୀଠରେ ପହଞ୍ଚିଛନ୍ତି । ପ୍ରଥମେ ସଂଯୋଗୀ ସାହିତ୍ୟ ସଂସଦର ସମ୍ପାଦକ ବାବୁଲାଲ ପଲେଇଙ୍କ ନିକଟରେ ପହଞ୍ଚି କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସହଯୋଗ କରିଥିଲେ । ପରେ ସନ୍ଧ୍ୟାରେ ମା’ ଙ୍କ ଦର୍ଶନ ସହିତ ଅନୁଷ୍ଠାନ ଦ୍ବାରା ପ୍ରକାଶିତ ଏକକାଳୀନ ୧୪ ଖଣ୍ଡ ପୁସ୍ତକ ମା’ ଙ୍କୁ ଅର୍ପଣ କରି ତା ୨୩/୬/୨୦୨୪ ରିଖ ରବିବାର ପ୍ରୋଗ୍ରାମ କିପରି ସଫଳ ହେବ, ସେଥିପାଇଁ ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ମା’ ଙ୍କୁ ଦର୍ଶନ ଓ ପୁସ୍ତକ ଅର୍ପଣ କାର୍ଯ୍ୟରେ ରାଜ୍ୟ ସଂଞ୍ଚାଳକ ହୃଷିକେଶ ଦାଶ, ମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ପତି, ସମ୍ପାଦକ ବାବୁଲାଲ ପଲେଇ, ସଦସ୍ୟା ମୀନା ବେହେରା, ବାଲେଶ୍ଵରରୁ ନିକୁଞ୍ଜ କୁମାର ଘୋଷ, ବଲାଙ୍ଗୀରରୁ ବୀଣାପାଣି ଦାଶ, ଯାଜପୁରରୁ କୁମକମ୍ ବେହେରା, ବାଲେଶ୍ଵର ଖଇରାରୁ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ସାମିଲ ଥିଲେ । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସଂଯୋଗୀ ସଜଫୁଲଲ ପରିଚାଳନା ସମ୍ପାଦକ ସରୋଜ କୁମାର ସେନାପତି, ସାହିତ୍ୟ ପ୍ରମୀ ବିଦ୍ଯାଧର ବେହେରା ଓ ବାବୁଲ ବେହେରା ପ୍ରମୁଖ ସହଯୋଗ କରୁଛନ୍ତି ।।

ବାଲେଶ୍ଵର କେନ୍ଦୁଝରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଅନୁଷ୍ଠିତ ହେଲା ବିଶାଳ ସାଇ ଭଜନ ସନ୍ଧ୍ୟା

Sunil Chandra Nayak

ପାରିବାରିକ ସଂକଟକୁ ଜିତି ମାଟ୍ରିକରେ A1 ଗ୍ରେଡ୍—ପୂଜା ସ୍ୱାଇଁ ବ୍ଲକ ଟପ୍ପର

Leave a Comment

error: Content is protected !!