ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗା ତନ୍ତୀଙ୍କ ଅଚାନକ ତିଲିକାନଗର ଅର୍ବାନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ 

ବିଧାୟକ ଦୁର୍ଗା ତନ୍ତୀଙ୍କ ଅଚାନକ ତିଲିକାନଗର ଅର୍ବାନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ 

ରାଉଲକେଲା : ଆଜି ନବନିର୍ବାଚିତ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅଚାନକ ତିଲିକାନଗର ଅର୍ବାନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ କରିଥିଲେ । ସେହି କେନ୍ଦ୍ରର ମେଡ଼ିକାଲ ଅଫିସର ଡା ପ୍ରଦୋଶ ମିଶ୍ର ବିଳମ୍ବରେ ଆସି ପହଂଚି ଥିଲେ । ଶ୍ରୀ ତନ୍ତୀ କେନ୍ଦ୍ରକୁ ପରିଦର୍ଶନ କରି କର୍ମଚାରୀଙ୍କ ସହିତ ଆଲୋଚନା କରିବା ସହିତ ନିଜର ଉପଚାର ପାଇଁ ଆସିଥିବା ରୋଗୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହା ପରେ ଶ୍ରୀ ତନ୍ତୀ ଡା ମିଶ୍ରଙ୍କ ସହିତ କେନ୍ଦ୍ରର ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶ୍ରୀ ତନ୍ତୀ କେନ୍ଦ୍ରକୁ ସଠିକ୍ ସମୟରେ ଖୋଲିବା ସହିତ ସବୁ କର୍ମଚାରୀ ଉପସ୍ଥିତି ରହି ସରକାରଙ୍କ ନିୟମକୁ ମାନି କାର୍ଯ୍ୟ କରିବାକୁ କହିଥିଲେ । ଜନତାଙ୍କ ସେବାରେ କୌଣସି ଅବହେଳା ନକରିବାକୁ ପରାମର୍ଶ ଦେଇଥିଲେ ଏବଂ ମୌଳିକ ସେବାରେ କୌଣସି ତ୍ରୁଟିକୁ ବରଦାସ୍ଥ କରାଯିବ ନାହିଁ ବୋଲି ସତର୍କ କରାଇଥିଲେ। ଏହା ପରେ ଶ୍ରୀ ତନ୍ତୀ ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଥିଲେ । ସେ ସବୁ କ୍ଲାସ ରୁମ୍, ଟଏଲେଟ୍, ବାଥ ରୁମ ଆଦି ବୁଲି ଦେଖି ଥିଲେ। ତାପରେ ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ବିଜୁଳିର ବାରମ୍ବାର ବିଭ୍ରାଟ, ପାଣିର ସମସ୍ୟା, ଷ୍ଟାଫ ମାନଙ୍କ ମାନଙ୍କ ପାଇଁ କୌଣସି ଟଏଲେଟ୍ ନଥିବା ସେ ଦେଖିଥିଲେ । ଏହା ଉପରେ ସେ ଅଧିକାରୀ ମାନଙ୍କ ସହିତ କଥାବାର୍ତ୍ତା କରି ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହାପରେ ଶ୍ରୀ ତନ୍ତୀ ବନ୍ଧମୁଣ୍ଡା ଜଗନ୍ନାଥ ମନ୍ଦିର, ସେକ୍ଟର – ୩ ଶ୍ରୀ ଶ୍ରୀ ହରିହର ଜଗନ୍ନାଥ ମନ୍ଦିର, ଫର୍ଟିଲାଇଜର ଜଗନ୍ନାଥ ମନ୍ଦିର ଓ ଲାଠିକଟା ମନ୍ଦିର ଆଦି ଦେବ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଦର୍ଶନ କରି ଜନତାଙ୍କ ମଙ୍ଗଳ ପାଇଁ ପ୍ରାଥନା କରିବା ସହିତ ଭକ୍ତ ମାନଙ୍କୁ ଭେଟି ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମିଶ୍ର, ଅଶୋକ ହାଲୱାଇ, ଲଖନ୍ ଲୋହର, ଗୋପାଳ ଚୌଧୁରୀ, ପଙ୍କଜ ଚୌଧୁରୀ, ରବି ଦୟାଲ, ମଞ୍ଜେକ୍ ସିଂ, ମୁକେଶ ପ୍ରଜାପତି, ପ୍ରହଲ୍ଲାଦ ତନ୍ତୀ, ସିଲା ପାତ୍ର, ସବିତା ସିଂ, ମାନସ ପ୍ରଧାନ, ମୋହନ ରାୟ, ବାସନ୍ତୀ ରଯାକ , କୈଳାଶ ତନ୍ତୀ , ଲଖନ ପ୍ରସାଦ, କୃଷ୍ଣ ଚନ୍ଦ୍ର ତନ୍ତୀ, ଟିକେଶ୍ଵର ତାଣ୍ଡିଆ ଆଦି ବିଧାୟକଙ୍କ ସାଙ୍ଗରେ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପିକ୍ ଅପ୍ ଭ୍ୟାନ ଦୁର୍ଘଟଣା , ୩୦ ରୁ ଉର୍ଦ୍ଧ ଲୋକ ଆହତ 

Sunil Chandra Nayak

ଚାଷୀଙ୍କ ବିକଳ ଚିତ୍ର ପ୍ରକାଶ ପରେ ତେଜିଲା ପ୍ରଶାସନ , ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ

ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଙ୍କ ଅକାଳ ବିୟୋଗ

masiha

Leave a Comment

error: Content is protected !!