ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସୁସ୍ଥଭାରତ, ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଔଷଧିୟ ବୃକ୍ଷରୋପଣ

ରାଇରଙ୍ଗପୁରରେ ସୁସ୍ଥଭାରତ, ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଔଷଧିୟ ବୃକ୍ଷରୋପଣ

   ମୟୂରଭଞ୍ଜ,-୨୪.୦୭.୨୦୨୪ ( ମସିହା)ବୃକ୍ଷ ହିଁ ଜୀବନ । ବୃକ୍ଷ ରୋପଣ ଓ ସୁରକ୍ଷା ଦ୍ବାରା ପରିବେଶ ସୁରକ୍ଷା,ପରିବେଶ, ଜୀବଜନ୍ତୁ ସୁରକ୍ଷା , ପରିବେଶ ସନ୍ତୁଳନ କରିଥାଏ ।

   ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡ ଅଁଳଡୁବା ଗ୍ରାମର ଶ୍ରୀ ରଘୁନାଥଜୀଉ ମଠ ମନ୍ଦିର ବାହାର ପରିବେଶ ରାସ୍ତା କଡ଼ରେ ଅଁଳାଡୁବା ସୁସ୍ଥ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ଏବଂ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ଯଥା- ହରିଡା,ବାହାଡ଼ା,ଅଁଳା, ଜାମୁ,ବେଲ,କୁସୁମ,ବଉଳ ପ୍ରଭୃତି ୩୨ଟି ଚାରା ଗଛ ରୋପଣ କରାଗଲା ।

    ସ୍ଥାନୀୟ ବନ ବିଭାଗ ଏବଂ ସମାଜସେବୀ ସୁରେନ୍ଦ୍ର ଚୌବେଙ୍କ ସହଯୋଗ କ୍ରମେ ବୈଦ୍ୟ ଶ୍ରୀ ଭାଗବତ ମହାନ୍ତ, ଗିରିଜାଶଙ୍କର ମହାନ୍ତ, ରାଜୀବଲୋଚନ ସିଂହ, ଚିତ୍ତରଞ୍ଜନ ମହାନ୍ତ, କାହ୍ନୁଚରଣ ଗିରି, ମନୋଜ କୁମାର ମହାନ୍ତ, ମୋହନ ବେହେରା, ଜ୍ୟୋତିଲାଲ ମହାନ୍ତ, ରବୀନ୍ଦ୍ର ଟୁଡୁ, ଗୋବିନ୍ଦ ମହାନ୍ତ, ସଞ୍ଜୟ ରାଉତ, ଟୁନା ମହାନ୍ତ ଗଛ ଲଗାଇ ଥିଲେ ।ପରେ ସମସ୍ତେ ବୃକ୍ଷ ସୁରକ୍ଷାକୁ ନେଇ ସଂକଳ୍ପ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୧- ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ , ୨- ନୂଆ ଏସପି ଏବେ ଆକ୍ସନ ମୁଡ୍‌ରେ,ନଷ୍ଟ କରାଗଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର , ୩-ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ,୨ ଆହତ , ୪- ୪ ଗାଡ଼ି ଜବତ,୩୬ ହଜାର ଜରିମାନା ଆଦାୟ ନାବାଳକଙ୍କ ପାଇଁ ୨୫ ହଜାର ତଣ୍ଡ ଗଣିଲେ ଅଭିଭାବକ , ୫- ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ , ୬- ପୋଲିସ ହେପାଜତ ରୁ ଖସି ପଳାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ , ୭- ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ବୟସ୍କ ନାଗରିକଙ୍କ ସହ ଭାବ ବନ୍ଧନ କାର୍ଯ୍ୟକ୍ରମ , ୮- ୪୨ତମ ପିଙ୍ଗୁଆ କପ ୨0-୨0 କ୍ରିକେଟ ଟୁର୍ନାମେଣ୍ଟ  ୧୯ ଅକଟୋବର ୨0୨୬ରୁ ଉଦଘାଟନ , ୯- ସାପ କାମୁଡ଼ାରେ ବାଳିକା ର ମୃତ୍ୟୁ  , ୧୦- ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ , ୧୧-ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ , ୧୨- ବିଜେଡି ପକ୍ଷରୁ ନାଗିଆପଶି ପଞ୍ଚାୟତ କମିଟି ବୈଠକ, ୧୩- ସହିଦ ବାଜିରାଉତ ବଳିଦାନ ଦିବସ ପାଳିତ , ୧୪-ବିଜେଡି ସଦର ବ୍ଲକ କମିଟି ନୂତନ କର୍ମକର୍ତ୍ତା ଚୟନ ଓ ବୈଠକ , ୧୫ – ନିଜର ନେତ୍ର ଦାନ କରି ଉଦାହରଣ ସାଜିଲେ ଉଦୟ , ୧୬-ଅଜଗର ଉଦ୍ଧାର

Sunil Chandra Nayak

ଜୁନାଗଡ ଡାକ୍ତରଖାନା କୁ ଉପଖଣ୍ଡ ଚିକିତ୍ସାଲୟ ଦାବୀ ନେଇ ସଚେତନ ନାଗରିକ କମିଟି ପକ୍ଷ୍ୟରୁ ସ୍ଵସ୍ଥ୍ଯ ମନ୍ତ୍ରୀ ଙ୍କୁ ଦାବିପତ୍ର 

masiha

ଧର୍ମଗଡ ତେଲନଦୀ ପଠାରେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଲାହାଣ୍ଡି ୧୯୮୨ ଗ୍ରାଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ 

masiha

Leave a Comment

error: Content is protected !!