ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାମୁକ୍ତ ଓଡ଼ିଶା ସହ ସାଇବର ସଚେତନତା ଅଭିଯାନ

ନିଶାମୁକ୍ତ ଓଡ଼ିଶା ସହ ସାଇବର ସଚେତନତା ଅଭିଯାନ

ଆସିକା, ୨୮/୮/୨୬ ( ଶିବ ଶଙ୍କର ମିଶ୍ର )ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପକ୍ଷରୁ ଆସିକା ଅଞ୍ଚଳର ପଞ୍ଚାୟତ ନୋଡାଲ ପିଏମ୍ ଶ୍ରୀ ଦେବଭୂମି ଉଚ୍ଚ ବିଦ୍ୟାଳୟ ପରିସରରେ ‘ନିଶାମୁକ୍ତ ଓଡ଼ିଶା’ ସହ ସାଇବର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଆରକ୍ଷୀ ଅଧୂକାରୀ ସୌରଭ ରଞ୍ଜନ ପ୍ରଧାନ ଓ ଆସିକା ଥାନା ଅଧୂକାରୀ ସୁଧୀର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଯୁବପିଢ଼ି ନିଶା କବଳରୁ ମୁକ୍ତ ରହିଲେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ସମ୍ଭବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସେହିପରି ବର୍ତ୍ତମାନ ସମୟରେବଢ଼ୁଥିବା ସାଇବର ଠକେଇକୁ ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଅଜଣା ଫୋନ୍ କଲ୍ ?, ଲିଙ୍କ୍?, ଓଟିପି, ବ୍ୟାଙ୍କ ଆକାଉଣ୍ଟ ଓ ବ୍ୟକ୍ତିଗତ ତଥ୍ୟ କାହା ସହିତ ଅନାବଶ୍ୟକ ଭାବେ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। ସାଇବର ଠକେଇର ଶିକାର ହେଲେ ତୁରନ୍ତ ପୋଲିସର ସହାୟତା ନେବାକୁ ମଧ୍ୟ କୁହାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଲବ ସେଠୀ, ରଞ୍ଜିତା ବେହେରା, ଶିବାନୀ ସେଠୀ, ଗାୟତ୍ରୀ ବିଶ୍ବାଳ, କବିତା ସାମନ୍ତରା, ଅନୁପ କୁମାର ନାୟକ, ରବୀନ୍ଦ୍ର ନାୟକ,ଉଦୟ ମାଝୀ, ସଂଘମିତ୍ରା ପାଢ଼ୀ,ବବିତା ଚୌଧୁରୀ, ସଂଯୁକ୍ତା ବେହେଟ ହରା, ଗଣ୍ଡୁ ସ୍ୱାଇଁ, ଗୋପୀନାଥ ପାଢ଼ୀ, ପ୍ରଶାନ୍ତ ନାୟକ ଓ ସୂର୍ଯ୍ୟନାରାୟଣ ବେହେ ବେହେରାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ନିଶାମୁକ୍ତ ଜୀବନ ଓ ସୁରକ୍ଷିତ ଡିଜିଟାଲ ବ୍ୟବହା ନେଇ ସଚେତନତା ସୃଷ୍ଟି କରିବା ସହ ସମାଜରେ ଏହି ବାର୍ଭାକୁ ବ୍ୟାପକ କରିବା ପାଇଁ ଆହ୍ବାନ ଦିଆଯାଇଥିଲା।

Related posts

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

ରାଇରଙ୍ଗପୁର ବନଖଣ୍ଡ ; ୩ ଦଫା ଦାବି ନେଇ କଳାଵ୍ଯାଚ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ; ଦାବି ପୂରଣ ନ ହେଲେ ଜୁନ ୨୨ ରୁ ସାମୁହିକ ଛୁଟି ନେଇ ଚେତାବନୀ

masiha

ଖଇରପଦର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ 

masiha

Leave a Comment

error: Content is protected !!