ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ 

ଆସିକାରେ ଖୋଲିଲା ଆରଟିଓ କ୍ୟାମ୍ପ କାର୍ଯ୍ୟାଳୟ ଉଦଘାଟିତ 

ଆସିକା,୨୮/୮/୨୬ (ଶିବ ଶଙ୍କର ମିଶ୍ର) ଏଣିକି ପରିବହନ ସଂକ୍ରାନ୍ତିୟ କାର୍ଯ୍ୟରେ ଆଉ କୈାଣସି ଅସୁବିଧା ହେବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି କାଗଜପତ୍ର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଆସିକା କ୍ୟାମ୍ପ ଅଫିସରେ ସହଜରେ ଉପଲବ୍ଧ ହୋଇପାରିବ। ଆର.ଟି.ଓ ଅଫିସ ପରି ଆସିକା କ୍ୟାମ୍ପ ଅଫିସରେ ମଧ୍ଯ ସମସ୍ତ ଗାଡି ସମ୍ଭନ୍ଧୀୟ କାର୍ଯ୍ୟ ସମ୍ପାଦିତ ହେବ । ଜନସାଧାରଣଙ୍କୁ ସଠିକ ସମୟରେ ତ୍ବରିତ ପରିବହନ ସଂକ୍ରାନ୍ତୀୟ ସେବା ଯୋଗାଇବା ଅତ୍ୟନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ଦୃଢ ନିଷ୍ପତି ବଳରେ ଆସିକାରେ ଆଚଂଳିକ ପରିବହନ କ୍ୟାମ୍ପ କାର୍ଯ୍ୟାଳୟ ଖୋଲିବା ସମ୍ଭବ ହୋଇଛି । ଏହି ଅବସରରେ ବିଧାୟକ ସରୋଜ କୁମାର ପାଢୀଙ୍କ ପ୍ରଚେଷ୍ଟାରେ ଆଜି ଆସିକାରେ ପରିବହନ କ୍ୟାମ୍ପ ଅଫିସ ଶୁଭଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଗଞ୍ଜାମ ଜିଲ୍ଲା ଭି.କିର୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆର.ଟି.ଓ ଭାଗିରଥ୍ ନାୟକ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ତହସିଲଦାର ସଙ୍ଗିତା ସେଣ,ଆସିକା ପୌରପାଳିକା ଅଧ୍ଯକ୍ଷା ବିନେତା ସ୍ଵାଇଁ, ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧୂର କୁମାର ସାହୁ, ଜେ.ଆର.ଏମ.ଭି.ଆଇ ଶୁଭାଶିଷ ମହାରଣା, ଏ.ଟି.ଏସ.ଆ ଏସ.କେ.ଆସୁଦ୍ଧିନ ସମେତ ବହୁ ଅଧୂକାରୀ ଯୋଗ ଦେଇଥିଲେ । ସରକାରଙ୍କ ଏଭିଳି ନିଷ୍ପତି ପାଇଁ ବହୁ ସଚେତନ ନାଗରିକ ବିଧାୟକ ସରୋଜ କୁମାର ପାଢୀଙ୍କୁ କୃତଜ୍ଞତା ଜଣାଇବା ସହିତ କ୍ୟାମ୍ପ ଖୋଲିବା ଦ୍ବାରା ଜନସାଧାରଣ ଆହୁରୀ ଅଧିକରୁ ଅଧୂକ ପରିବହନ ସୁବିଧା ପାଇବାରେ ସକ୍ଷମ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇଛି ।

Related posts

ମୁଣ୍ତମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 31 ତମ ବାର୍ଷିକ ଉତ୍ସବ 

masiha

ଉତ୍କେଲା ବିକାଶ ମଞ୍ଚ ର ମାସିକ ବୈଠକ

Sunil Chandra Nayak

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା

masiha

Leave a Comment

error: Content is protected !!