ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସମନ୍ଵିତ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳିତ

ଡାବୁଗାଁ, ୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଡାବୁଗାଁ ବ୍ଲକ ସମନ୍ଵିତ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧା କ୍ରୀଷ୍ଣନ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ପରେ ଶିକ୍ଷୟତ୍ରୀ ସୁଜ୍ଞାନୀ ବେହେରା ଓ ଶିକ୍ଷକ ଦୟାନିଧି ବଞ୍ଜରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ | ଏଥିରେ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା | ଏଥିରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ନିଜ ନିଜର ଚାକିରି କାଳ ମଧ୍ୟରେ ଥିବା ବିଭିନ୍ନ ଅନୁଭୂତି ପ୍ରକାଶ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଦେବରାଜ ଗୋପାଳ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକ ପାତ କରିଥିଲେ | ଶେଷରେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ବିଦ୍ୟୁତ ସବିତା ଦାସ, ଦୀପ୍ତିମୟୀ ମହନ୍ତ, ଦୂର୍ଗାବାଇ ସାହୁ ଓ ପ୍ରତିଭା ପାଣିଗ୍ରାହୀ, ଶିକ୍ଷକ କୈଳାସ ଚନ୍ଦ୍ର ଲେଙ୍କା, ଚୈତନ୍ୟ ଦାଶ, ଉପେନ୍ଦ୍ର ପାଣିଗ୍ରାହୀ, ଏ. ବାଲ ରାଜୁ, ରବୀନ୍ଦ୍ରନାଥ ମାନସିଂ, ହରେନ୍ଦ୍ର ନାଥ ଜେନା, ଅଲେଖ ନାୟକ, ପଦ୍ମନାଭ ମାଝି ଙ୍କୁ ଅତିଥି ମାନଙ୍କ ଦ୍ଵାରା ଉପଢୌକନ, ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ, ଧନସିଂ ତନ୍ତୀ, ହରେକୃଷ୍ଣ ବାଡତ୍ୟା, ସୁରେଶ ଚନ୍ଦ୍ର ବେହେରା, ରାଇସିଂ ପୂଜାରୀ, ରତିକାନ୍ତ ନାୟକ, ହେମନ୍ତ କୁମାର ପଣ୍ଡା, ଭି. ଜଗନ୍ନାଥ ରାଓ, ବିଶ୍ଵେଷ କୁମାର ତ୍ରିପାଠୀ, ଶିକ୍ଷୟତ୍ରୀ ବନଲତା ମହାନ୍ତି, ପ୍ରତିମା ମାଝି, ଗିରିଶବାଳା ଜେନା ଙ୍କ ସମେତ ବହୁ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନାମକୁ ମାତ୍ର ଚାଲିଛି ବନ୍ଧୁଗାଁ ବ୍ଲକର ପ୍ରତି ପଞ୍ଚାୟତର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଇଟାଲୀ ଭାଷାରେ ଅନୁବାଦିତ ହେଲା ଡ଼. ନିଆଲଙ୍କ କବିତା

ଇଦ -ଉଲ -ଫିଦର ପର୍ବପାଇଁ ଚଳଚଞ୍ଚଳ ମୂଳିସିଂ ଓ ବିରିତୋଳ ପଞ୍ଚାୟତ 

Sunil Chandra Nayak

Leave a Comment

error: Content is protected !!