ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ରାୟଗଡ ତା ୨୧.୯.୨୦୨୬ ରାୟଗଡା :- ଓଡ଼ିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪୬ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ର ଭୋଟର ତାଲିକା ସୋମବାର ପ୍ରକାଶିତ ହୋଇଛି । ଉପଜିଲ୍ଲାପାଳ ମୃଣାଲିକା ରାଠୋଡ, ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ ଓ ପ୍ରଫୁଲ୍ଲ କୁମାର ବେହେରା, ଭାରତୀ ଜେନା, ନିର୍ବାଚନ ବିଭାଗ ସମେତ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହା ପ୍ରକାଶିତ ହୋଇଥିଲା । 

ପ୍ରକାଶ ଥାଉକି ଗତ ୧୭.୫.୨୦୨୬ ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ ଆରମ୍ଭ ହୋଇଥିଲା । ସେତେବେଳେ ରାୟଗଡ ନିର୍ବାଚନ ମଣ୍ଡଳୀର ଭୋଟର ୨ ଲକ୍ଷ ୫୭ ହଜାର ୩୯୪ ଜଣ ଥିଲେ । ବୁଥ ସ୍ତରୀୟ ଅଧିକାରୀ ଭୋଟର ତାଲିକାର ସମସ୍ତ ଯୋଗ୍ୟ ଭୋଟରଙ୍କୁ ଯାଞ୍ଚ କରିବା ସହ ମୃତ ଓ ସ୍ଥାନାନ୍ତର ଭଳି ଅଯୋଗ୍ୟ ଭୋଟରଙ୍କୁ ବାଦ୍ କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ସହ ଆଲୋଚନା କରାଯାଇ ପ୍ରତି ବୁଥ ସ୍ତରରେ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କ ସହଯୋଗରେ ସ୍ୱତନ୍ତ୍ର ସଘନ ସଂଶୋଧନ ହୋଇଥିବା ସହକାରୀ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି । ଏସ ଆଇ ଆର୍ ପ୍ରକ୍ରିୟା ସମୟରେ ୯ ହଜାର ୨୩୯ ଜଣ ଅଣ ସଂଯୋଜିତ ଓ ୪୭ ହଜାର ୨୧୮ ଜଣ ତ୍ରୁଟିପୂର୍ଣ୍ଣ ତଥ୍ୟ ଥିବା ଏପରି ମୋଟ ୫୬ ହଜାର ୪୫୦ ଜଣ ଭୋଟରଙ୍କୁ ଶୁଣାଣି ନିମନ୍ତେ ନୋଟିସ ଜାରି କରାଯାଇଥିଲା । ସେଥି ମଧ୍ୟରୁ କାଶୀପୁର ବ୍ଲକରୁ ୧୯ ଜଣ, ରାୟଗଡ ବ୍ଲକରୁ ୧୧ଜଣ o ରାୟଗଡ ପୌରାଞ୍ଚଳର ଜଣେ ଏପରି ୩୧ ଜଣ ଅଯୋଗ୍ୟ ଭୋଟର ଚିହ୍ନଟ କରାଯାଇଥିଲା ।

  ଗତ ଜୁଲାଇ ପାଞ୍ଚ ତାରିଖରେ ପ୍ରକାଶିତ ଚିଠା ତାଲିକା ଅନୁସାରେ ୨ ଲକ୍ଷ ୪୧ ହଜାର ୫୬୭ ଜଣ ଭୋଟରଙ୍କ ତାଲିକା ପ୍ରକାଶିତ ହେବା ପରେ ଆପତ୍ତି ଅଭିଯୋଗ ଆହ୍ୱାନ କରାଯାଇଥିଲା । ସୋମବାର ଦିନ ପ୍ରକାଶିତ ଚୂଡାନ୍ତ ତାଲିକାରେ ମୋଟ ୨ ଲକ୍ଷ ୪୨ ହଜାର ୫୬୭ ଜଣ ଭୋଟର ଥିବା ଉପଜିଲ୍ଲାପାଳ ସୁଶ୍ରୀ ମୃଣାଲିକା ପ୍ରକାଶ କରିଛନ୍ତି । ସେଥି ମଧ୍ୟରୁ କାଶୀପୁର ବ୍ଲକରେ ୧ ଲକ୍ଷ ୯୧୧, ରାୟଗଡ ବ୍ଲକ ରେ ୮୫ ହଜାର ୯୧୦ ଓ ରାୟଗଡ ପୌରାଞ୍ଚଳ ରେ ୫୫ ହଜାର ୭୪୮ ଜଣ ଭୋଟର ଅଛନ୍ତି ।  

  ପ୍ରତି ବୁଥ ସ୍ତରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ସମୟରେ ଭୋଟର ଉପସ୍ଥିତ ରହି ନିଜ ନାମ ଓ ତଥ୍ୟ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ରାୟଗଡ ବିଡିଓ ସୁଜିତ୍ କୁମାର ମିଶ୍ର ଉପାନ୍ତ ଦୂର୍ଗାପାଡୁ, ମିରାବାଲି ଓ ପିପଲଗୁଡ଼ା ଗ୍ରାମ ପଞ୍ଚାୟତର ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ପ୍ରକାଶନ ସମୟରେ ଉପସ୍ଥିତ ରହି ଭୋଟରଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ହାତୀବନ୍ଧା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଓଡିଶା ଆଦିବାସୀ ଅଧିକାର ମଞ୍ଚ ତେନ୍ତୁଳିଖୁଣ୍ଟି ସାଙ୍ଗଠନିକ କମିଟି ତରଫରୁ ଜଙ୍ଗଲ ଅଧିକାର ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଆଠ ଦଫା ଦାବିପତ୍ର 

Leave a Comment

error: Content is protected !!