ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ର ଉତଯାପନୀ ସମାରୋହ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ର ଉତଯାପନୀ ସମାରୋହ

ଧର୍ମଗଡ : ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ପରିସରରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଆଠ ଦିନ ବ୍ୟାପି ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉତଯାପିତ ହୋଇଯାଇ ଅଛି l ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅଥିତି ଭାବେ ସହ ଉପ- ଜିଲ୍ଲାପାଳ ,ଶ୍ରୀ ଅଜିତ କୁମାର ଶବର ଯୋଗଦାନ ପୂର୍ବକ ଏକ ନିଆରା କାବ୍ୟିକ ଧାରାରେ ଉଦବୋଧନ ଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋକପାତକରି ଉତ୍ସାହିତ କରିଥିଲେ l ପରେ ଛାତ୍ରୀମାନେ ଶିକ୍ଷାଲାଭ କରିଥିବା ଆତ୍ମସୁରକ୍ଷା କଳା ପ୍ରଦର୍ଶନକୁ ଅବଲୋକନ ପୂର୍ବକ, ଶ୍ରୀଯୁକ୍ତ ଶବର ସେମାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ମଞ୍ଚ ସଂଯୋଜନା ତଥା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ମାଷ୍ଟର ଟ୍ରେନର ଭାବେ ସୋନାଲି ପଣ୍ଡା, ରୁଲିୟାନା ସିପକା ଓ ବନିତା ରାଉତ ଆତ୍ମ ସୁରକ୍ଷାର ବିଭିନ୍ନ କଳା ଓ କୌଶଳର ତାଲିମ ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ l ଅଧ୍ୟାପିକା ଶ୍ରୀମତୀ ସୁମିତା ମିଶ୍ର, ଅଧ୍ୟାପିକା ଶ୍ରୀମତୀ ମମତା ତ୍ରିପାଠୀ, ଅଧ୍ୟାପିକା ଶ୍ରୀମତୀ ସରିତା ସାମନ୍ତରାୟ ତଥା ଅନ୍ୟ ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ ପ୍ରଦାନକରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ଯୁବ ହଷ୍ଟେଲ ର ରଜ ମିଳନ କାର୍ଯ୍ୟକ୍ରମ 

masiha

ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ 

Leave a Comment

error: Content is protected !!