ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ 59 ଟି ଅଭିଯୋଗ 

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ 59 ଟି ଅଭିଯୋଗ 

ରାଇଘର, // ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟ|ଳୟର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମୋବାର ଅନୁଷ୍ଠିତ ହୋଇଯାଇଛି | ସମୁଦାୟ 59 ଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ 37 ଟି ଗୋଷ୍ଟି ଗତ ଓ 22 ଟି ବ୍ୟକ୍ତିଗତ ଥିଲା। ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଦେଖିବକୁ ମିଳିଥିଲା| ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ, ଉପଜିଲାପାଳ ଜିଲ୍ଲା ଅତିରିକ୍ତ ପୋଲିସ ଅଧିକାରୀ , ଜିଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲା ସମାଜ କଲ୍ୟାଣ ଅଧିକାରୀ ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ମତ୍ସ୍ୟ ଅଧିକାରୀ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ଶିଶୁ ସୁରକ୍ଷା , ଜିଲା ଯୋଗାଣ ଅଧିକାରୀ, ରାଇଘର ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝି, ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ, ସିଡିପିଓ ଗୀତାଞ୍ଜଳି ମିଶ୍ର ଏବିଡିଓ ବିଜୟ କୁମାର୍ ସେଠୀ , ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ଉପାଦ୍ଦକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସ ସାମାଜିକ ସୁରକ୍ଷା ଅଧିକାରୀ , ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ,ଓ ଜିଲା ତଥା ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୂପସା ମହୋତ୍ସବ ଉଦଘାଟିତ

masiha

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

masiha

ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!