ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ମ ରାମପୁର  -: ତା ୧୭/୦୯/୨୦୨୩ ତାରି ଦିନ ମଦନପୁର ରାମପୁର ବ୍ଳକ ସ୍ଥିତ ଶ୍ରୀରାମ କଲ୍ଯାଣ ମଣ୍ତପ ଠାରେ ଏକ ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମାନ୍ଯବର ବିଧାୟକ ନର୍ଲା ନିର୍ବାଚନ ମଣ୍ତଳୀ ଶ୍ରୀଯୁକ୍ତ ଭୂପେନ୍ଦ୍ର ସିଂ ମୁଖ୍ଯ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ଅନ୍ଯତମ ଅତିଥି ଜିଲ୍ଲା ପରିଷଦ ଅଧ୍ଯକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, କର୍ଲାମୁଣ୍ତା ଜିଲ୍ଲା ପରିଷଦ ଶ୍ରୀ ସୁରେଶ ଚୌଧୁରୀ, ବିଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ସାଲୁକା,ଜିଲ୍ଲା ଶ୍ରମ ଅଧିକାରୀ ସୁରେଶ ଚନ୍ଦ୍ର ମଣ୍ତଳ ସମତ୍ ଅନ୍ଯାନ୍ଯ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଭୂପେନ୍ଦ୍ର ସିଂ ନିଜ ବକ୍ତବ୍ୟରେ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ସହାୟତା ଓ ପଞ୍ଜିକରଣ ଶ୍ରମିକ ମାନେ କିଭଳି କରିପାରିବେ ଓ ଓଡିଶା ସରକାରଙ୍କ ବିଭିନ୍ନ କଲ୍ଯାଣକାରୀ ଯୋଜନା କିଭଳି ଉପଲବ୍ଧୀ କରିପାରିବା ସହ ଦାଦନ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରିବାପାଇଁ ଶ୍ରମିକ ଭାଇଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ତଳ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କିଭଳି ଅନଲାଇନରେ ନିଜକୁ ଆବେଦନ କରିପାରିବା ସହ ବିଭିନ୍ନ ସହାୟତା ପାଇଁ ସମ୍ପର୍କ ଆବଶ୍ୟକୀୟ ନଥିପତ୍ର ଦେଇ କିଭଳି ସଠିକ ଭାବରେ ଆବେଦନ କରି ନିଜର ସହାୟତା ଉପଲବ୍ଧ କରିପାରିବେ ତାହା ଗୁରୁତ୍ବାରୋପ କରିଥିଲେ। ଆଜିର ଶିବିରରେ ତିନୋଟି ବ୍ଳକର ତଥା ନର୍ଲା ବ୍ଳକ, ମ- ରାମପୁର ବ୍ଳକ ଓ କର୍ଲାମୁଣ୍ତା ବ୍ଳକର ୧୭୪ ଜଣଙ୍କୁ ଶିକ୍ଷା ସହାୟତା ରୂପେ ୮୪୭୭୦୦ ଟଙ୍କା,ବିବାହ ସହାୟତା ରୂପେ ୩୬୪ ଜଣଙ୍କୁ ୧୭୩୭୫୦୦୦ ଟଙ୍କା, ମାତୃ କାଳିନ ସହାୟତା ରୂପେ ୧୮ ଜଣଙ୍କୁ ୧୭୮୦୦୦ ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ ୩୫ ଜଣଙ୍କୁ ୧୭୫୦୦୦ ଟଙ୍କା, ମୃତ୍ୟୁ କାଳିନ ସହାୟତା ରୂପେ ୩୮ ଜଣଙ୍କୁ ୭୨୦୦୦୦୦ ଟଙ୍କା ଏଭଳି ମୋଟ ୬୨୯ ଜଣଙ୍କୁ ୭୫୭୭୦୨୦୦ ଟଙ୍କା ସହାୟତା ରାଶି ଡି.ପି.ଡି ମାଧ୍ୟମରେ ହିତାଧିକାରୀଙ୍କୁ ଜମା ଖାତାକୁ ପ୍ରେରଣ କରାଗଲା। ଶିବିରରେ ଗଣମାଧ୍ୟମ ପ୍ରତିନିଧିର ଟ୍ରେୟୁନିଅନର ସହ ୨୫୦ ରୁ ଉର୍ଦ୍ଧ୍ବ ଶ୍ରମିକ ଭାଇଭଉଣୀ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

ଦାରିଙ୍ଗବାଡି ର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

Sunil Chandra Nayak

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

Leave a Comment

error: Content is protected !!