ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିସାଉଁଳି ଶିକ୍ଷା କେନ୍ଦ୍ରର ବାର୍ଷିକ ଅନୁଷ୍ଠିତ

ପାଣିସାଉଁଳି ଶିକ୍ଷା କେନ୍ଦ୍ରର ବାର୍ଷିକ ଅନୁଷ୍ଠିତ

ବାଲେଶ୍ଵର,୦୯/୦୨/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପାଣିସାଉଁଳି ସ୍ଥିତ ଗୌର ରାଧାକୃଷ୍ଣ ଶିକ୍ଷା କେନ୍ଦ୍ରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତ୍ରୀଦଣ୍ଡୀ ସ୍ବାମୀ ଶ୍ରୀଳ ଭିକ୍ଷୁମହାରାଜଙ୍କ ଆନୁକୂଲ୍ୟରେ ନିମାଇ ଚାନ୍ଦ ଦାସ ବ୍ରହ୍ମଚାରୀ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାରତୀୟ ଶିକ୍ଷାପରିଷଦ ଭୁବନେଶ୍ୱରର ସମ୍ପାଦକ ରବିନାରାୟଣ ଜେନା, ମୁଖ୍ୟବକ୍ତା କୁପାରି କଲେଜ ଜୀବ ବିଜ୍ଞାନ ବିଭାଗ ଡେମୋଷ୍ଟ୍ରେଟର ପ୍ରଫୁଲ୍ଲ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ସମାଜସେବକ ରବିନ୍ଦ୍ର ବେହେରା, ଅନନ୍ତ ପ୍ରସାଦ ବାରିକ, ପହ୍ମଲୋଚନ ବିଦ୍ୟାମନ୍ଦିରର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ମଞ୍ଚାସୀନ ହୋଇଥିଲେ । ଶିକ୍ଷାକେନ୍ଦ୍ର ଅଗ୍ରଗଣ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ । ଅନ୍ୟମାନେ ଶିକ୍ଷା ସମ୍ବନ୍ଧୀୟ ଖୁବ୍ ସୁନ୍ଦର ବକ୍ତବ୍ୟ ରଖିଥିଲେ । ବାସନ୍ତୀ ଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ନିମାଇଁ ଚାନ୍ଦ ଦାସ ବ୍ରହ୍ମଚାରୀଙ୍କ ଦ୍ବାରା ରଚିତ ଗୀତିନାଟ୍ୟ ” ଶ୍ରୀମଦ୍ ଭାଗବତ ଜନ୍ମ ” ବିଶେଷ ଆକର୍ଷଣ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

ଯୋରନ୍ଦା ରେ ରଜ ମହୋତ୍ସବ ପାଳିତ କଲେ ସରପଞ୍ଚ ଆରତୀ ନାୟକ

Sunil Chandra Nayak

ବେଲପଡା ଅଂଚଳ ରେ ବୁଲା କବିରାଜ୍  !

Sunil Chandra Nayak

Leave a Comment

error: Content is protected !!