ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କ୍ରୀଡ଼ା ଦିବସ 2023 ପାଳିତ

ରାୟଗଡ଼:-ତା.29/08-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ମୁଖ୍ୟ ଅତିଥି,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, କ୍ରୀଡ଼ାବିତ, କ୍ରୀଡା ଶିକ୍ଷକ ଆଦି ଯୋଗ ଦେଇ ପ୍ରବାଦ ପୁରୁଷ ଧ୍ୟାନ ଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ସ୍ଥାନୀୟ ସଦଭାବନା କ୍ରୀଡ଼ାଙ୍ଗନ ଠାରୁ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ କଲେଜ,ସ୍କୁଲର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇ ସହରର ଆର ଆଇସି ଛକରୁ ଶିବମନ୍ଦିର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ପୁଣି ଫେରି ସଦଭାବନା କ୍ରୀଡ଼ାଙ୍ଗନ ଠାରେ ସମାପନ ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମହା ବିଦ୍ୟାଳୟର କ୍ରୀଡା ଅଧ୍ୟାପିକା ରିତା ରାଣୀ ମିଶ୍ର,ଜି ସି ଡି ହାଇ ସ୍କୁଲର କ୍ରୀଡା ଶିକ୍ଷକ ସୁନୀଲ କୁମାର ମହାନ୍ତ ଏବଂ ଅନ୍ୟାନ୍ୟ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡ଼ାବିତ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

masiha

ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ପାଳିତ

Sunil Chandra Nayak

ଜଗଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

Sunil Chandra Nayak

Leave a Comment

error: Content is protected !!