ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ଲଡୁଗାଁ ଓ ଆମପାଣି ପଞ୍ଚାୟତରେ ଗଣ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୮/୦୮ // ଓଡ଼ିଶାର ବିଜେଡି ସରକାରଙ୍କ ଶାସନ ବ୍ୟବସ୍ଥାକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକରେ ଥିବା ପଞ୍ଚାୟତ ସ୍ତରରେ ଗଣ ଆନ୍ଦୋଳନ ସହ ବିକ୍ଷୋଭ ଜାରିରହିଛି । ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି କୋକସରା ବ୍ଲକର ଲଡୁଗାଁ ଓ ଆମପାଣି ଠାରେ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ ଗଣ ଆନ୍ଦୋଳନ କରାଯାଇଛି।ଲଡୁଗାଁ ଠାରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀଙ୍କ ନେତୃତ୍ବରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ବରିଷ୍ଠ ନେତା ଶେଷଦେବ ମୁଣ୍ଡ, ଉପ ସଭାପତି ଗୋପାଳ ଅଗ୍ରୱାଲ, ମଦନ ମୋହନ ପାତ୍ର, ବୈଦ୍ୟନାଥ ମାଝୀ, ସୁଶିଳ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆମପାଣି ପଞ୍ଚାୟତରେ ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, ଯୁବମୋର୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ସନ୍ତୋଷ ମାଝୀ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଗଣ ଆନ୍ଦୋଳନରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁରରେ ବିଜେଡିର‌ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଓଡିଶାରେ ହେବ ବିଜେପି ସରକାର 

masiha

କଂଗ୍ରେସ କର୍ମୀ ସମ୍ମିଳନୀ ଓ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!