ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୪୮ ଲକ୍ଷ,୯୫ ହଜାର ଟଙ୍କାର ସହାୟତା ପ୍ରଦାନ 

 ମୟୂରଭଞ୍ଜ – ୨୯/୮ ( ମସିହା)ଓଡିଶାର ବିଶ୍ଵକର୍ମା ହେଉଛନ୍ତି କୋଠାବାଡ଼ି ନିର୍ମାଣ ସଂଗଠିତ ଓ ଅସଂଗଠିତ ଶ୍ରମିକ ।ଏହି ନିର୍ମାଣ ଶ୍ରମିକଙ୍କ ଲହୁ ଲୁହାଣ ସୁନାର ଓଡ଼ିଶା ଗଠିତ । ରାଜ୍ୟର ପ୍ରଗତି ପାଇଁ ଶ୍ରମିକଙ୍କର ଭୂମିକା ଅନନ୍ୟ ।ସେହି ଶ୍ରମିକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କରିଛନ୍ତି । ସେମାନଙ୍କୁ ପଂଜୀକରଣ କରିବା , ସାମାଜିକ ସୁରକ୍ଷା ଦେବା, ସେମାନଙ୍କ ଗମନା ଗମନ ପାଇଁ ସାଇକେଲ,ଝିଅଙ୍କ ବିବାହ ଖର୍ଚ,କାମ କରୁଥିବା ମୃତ୍ୟୁ ଜନିତ କ୍ଷତିପୂରଣ,ସେମାନଙ୍କ ପିଲାମାନଙ୍କୁ ପାଇଁ ଉଚ୍ଚ ଶିକ୍ଷା ଇତ୍ଯାଦି ।ଆଜି ରାଇରଙ୍ଗପୁର ସହର‌ର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସଭାପତି ଭାଵେ ଡିଭିଜନାଲ ଲେବର କମିଶନର ମହେଶ୍ୱର ନାୟକ,ମୁଖ୍ୟ ଅତିଥି ଭାବେ ମୋରଡା ବିଧାୟକ ରାଜ କିଶୋର ଦାସ, ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂ, ରାଇରଙ୍ଗପୁରୟ ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ନାୟକ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ପଚାଶ ହଜାର ଟଙ୍କା ଲେଖାଏଁ ୭ ଜଣ ଶ୍ରମିକଙ୍କୁ ସେମାନଙ୍କ ସନ୍ତାନ ବିବାହ ଖର୍ଚ୍ଚ ପାଇଁ ତିନି ଲକ୍ଷ ପଚିଶ ହଜାର ଟଙ୍କାର ସହାୟତା କରାଯାଇଥିଲା ,ସେହିଭଳି ୨୫ ଜଣ ଶ୍ରମିକଙ୍କ ମୃତ୍ୟୁ ପାଇଁ ସେମାନଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ,୧୯ ଜଣଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ଜଣକ ପିଛା ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।ତଦସ଼ହ ୨୫୦ ଜଣ ଶ୍ରମିକଙ୍କୁ ପରିଚୟ ପ୍ରଦାନ କରାଯାଇଥିବା ବେଳେ ୭୦ ଜଣ ଅସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ୩୫୦ ଜଣ ପୁରୁଷ ଓ ମହିଳା ଶ୍ରମିକ ଯୋଗ ଦେଇଥିଲେ । ଶ୍ରମିକମାନଙ୍କୁ ରାଜ୍ୟ ସରକାର କେବେହେଲେ ଅଣଦେଖା କରିବେ ନାହିଁ ବୋଲି ଅତିଥିଗଣ କହିଥିଲେ ।ପୁରୁଷ ଓ ମହିଳା ଶ୍ରମିକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ସରକାର ସେମାନଙ୍କ ପ୍ରତି ଧ୍ୟାନ ଦେଇ ସେମାନଙ୍କ ଅସୁବିଧାର ସମାଧାନ ଓ ସହାୟତାର ହାତ ବଢ଼ାଇଥିବାରୁ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରମ ବିଭାଗର କର୍ମଚାରୀ ରାକେଶ ବଶା,କେଶବ ସାହୁ, ସୁଧାଂଶୁ ଶେଖର ପଣ୍ଡା,ରାକେଶ ବିନ୍ଧାଣି,ସୁବାଶୀଷ ପ୍ରଧାନ ସହଯୋଗ କରିଥିଲେ 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ପଣ୍ଡରାମାଳି ସମାଜର ସାମ୍ବାଦିକ ସମ୍ମିଳନୀ ସମାଜରେ ଫାଟ ସୃଷ୍ଟି ଉଦ୍ଦେଶ୍ୟକୁ ନିନ୍ଦା

masiha

ଆଦିବାସୀ ଭାଷା ସାନ୍ତାଳୀ ଓ ହୋ ମୁଣ୍ଡା ଭାଷାରେ ରେଳ ଷ୍ଟେସନ ଗୁଡିକରେ ନାମଫଳକ ଲେଖିବା ଓ ସୂଚନା ପ୍ରସାରଣ ପାଇଁ ଦାବି

masiha

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!