ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା : ତା : ୨୯/୦୮/୨୩ //ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ଠିକା ମଜଦୁର ମହାସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ରାୟଗଡ଼ା ସ୍ଥିତ ଗଜପତି ଛକ ନିକଟରେ ଏକତ୍ରିତ ହୋଇ ଏକ ପଦଯାତ୍ରା ରେ ବାହାରି ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ପ୍ରସନ କୁମାର ପାଣିଗ୍ରାହୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ୟରେ ଠିକା ପ୍ରଥା ଉଛେଦ କରାଯାଉ / ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଟିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉ , ସମାନ କାମକୁ ସମାନ ବେତନ ପ୍ରଦାନ କରାଯାଉ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୁ କଡାକଡି ଭାବେ ପାଳନ କରାଯାଉ , ଠିକା କର୍ମଚାରୀମାନଙ୍କୁ ସାପ୍ତାହିକ ଛୁଟିର ହାଜିରା ପ୍ରଦାନ କରାଯାଉ , ଅବସର କାଳୀନ ସମୟ ସିମା ୫୮ ବର୍ଷ ରୁ ୬୦ ବର୍ଷ ବୃଦ୍ଧି କରାଯାଉ , ଠିକା କର୍ମଚାରୀମାନଙ୍କୁ ସର୍ବ ନିମ୍ନ ମାସିକ ୨୧ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ସଭାପତି ମୋହନ ରାଓ ମାଝୀ , ଉପସଭାପତି ଦୁର୍ଗା ମାଧବ ଘୋଷ , କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଉତ୍କଳ ଆଲୁମିନା ମଜଦୁର ସଂଘ ସଭାପତି ସମିର ଖରା , ସମ୍ପାଦକ ପ୍ରତାପ ସାହୁ , ପ୍ରଶାନ୍ତ ନାୟକ , ସାନ୍ଧ୍ରା ମାଝୀ , ନିରଞ୍ଜନ ସେନାପତି , ଇମ୍ଫା ଏମପ୍ଲେସ୍ ଆସୋସିଏସନ୍ ର ପ୍ରଦୀପ କୁମାର ମିଶ୍ର , କୃଷ୍ଣ ଗାଣ୍ଟା , ସିମାଦ୍ରୀ ହିଆଲ , ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଜେ କେ ପେପର ମଜଦୁର ସଂଘ , ଇମ୍ଫା ଏମପ୍ଲେସ୍ ଆସୋସିଏସନ୍ ର ୩ ସହରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତାମାନ ଯୋଗ ଦେଇଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀ ବସ ପୁନଃ ଚଳାଚଳ ପାଇଁ ବିଜୁ ଜନତା ଦଳର ଦାବୀ

Sunil Chandra Nayak

ଓଡ଼ିଆ ଅଧ୍ୟାପକ ଡଃ ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

masiha

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଜଳେଶ୍ଵର ଥାନା ଘେରାଉ

Leave a Comment

error: Content is protected !!