ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକସ୍ଵାସ୍ଥ୍ୟ

ବାଇକ୍ ରେ ଆସିଲେ, ଆମ୍ବୁଲାନ୍ସ ରେ ପ୍ରସବ 

ନବରଙ୍ଗପୁର–(ମସିହା )ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ର ଉପାନ୍ତ ଅଞ୍ଚଳରେ ଥିବା ଅନେକ ଗାଁ କୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ l ଏଭଳି କ୍ଷେତ୍ରରେ ଗାଁ ରେ ଆମ୍ବୁଲାନ୍ସ ପହଁଚି ପାରୁନଥିବା ଯୋଗୁଁ ରୋଗୀ ଏବଂ ଗର୍ଭବତୀ ଉଚିତ୍ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ନ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି l ରାସ୍ତା ଖରାପ ଯୋଗୁଁ ଆଜି ଜଣେ ଗର୍ଭବତୀ ବାଇକ୍ ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଝରିଗାଁ ବ୍ଳକ ସମର ଚଚରା ଗ୍ରାମର ପଡାଗ୍ରାମ ଝୁମୁକୁ ସାହି ରେ l ଗର୍ଭବତୀଙ୍କ ମା ରାଇଲା ସାନ୍ତା କହିବା ଅନୁଯାୟୀ ସମର ଚଚରା ଗ୍ରାମର ରଞ୍ଜିତ ସାନ୍ତାଙ୍କ ପତ୍ନୀ ରମନା ସାନ୍ତା ଙ୍କୁ ଗତ କାଲି ବିଳମ୍ବିତ ରାତ୍ରିରେ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା l ପରିବାର ଲୋକେ ଘରେ ପ୍ରସବ କରିବା ପାଇଁ ଚେଷ୍ଟା କରିଥିଲେ, ତେବେ ଘରେ ପ୍ରସବ କରିବା ସମ୍ଭବ ହୋଇ ପାରି ନ ଥିବା ଯୋଗୁଁ ପରିବାର ଲୋକ ଆଜି ସକାଳୁ ୫ ଘଣ୍ଟା ସମୟରେ ସ୍ଥାନୀୟ ଆଶା ଦିଦି ତୁରନ୍ତ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ଝୁମୁକୁସାହି ଗ୍ରାମର ରାସ୍ତା ଖରାପ ଥିବା ଯୋଗୁଁ ଆମ୍ବୁଲାନ୍ସ ପ୍ରାୟ ଅଧା କିଲୋ ମିଟର ଦୂରରେ ଥିବା ବଡ ସାହି ଗ୍ରାମ ନିକଟରେ ଅଟକି ଯାଇଥିଲା l ବାଧ୍ୟହୋଇ ପରିବାର ଲୋକେ ଏକ ବାଇକ୍ ଯୋଗେ ବଡ ସାହି ପର୍ଯ୍ୟନ୍ତ ଗର୍ଭବତୀ ଙ୍କୁ ଆଣିଥିଲେ l ତେବେ ଆମ୍ବୁଲାନ୍ସ ନିକଟରେ ପହଁଞ୍ଚିବା ପରେ ଆମ୍ବୁଲାନ୍ସ ଉପରେ କହିବା ପାଇଁ ଯାଉଥିବା ବେଳେ ହଠାତ୍ ପ୍ରସବ ହୋଇଯାଇ ଥିଲା l ସ୍ଥାନୀୟ ଆଶା ଦିଦି ଓ ପରିବାରଲୋକ ଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରସୂତି ଏବଂ ନବ ଜାତ ଶିଶୁ ପୁତ୍ର ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରାଯାଇଥିଲା l ବର୍ତ୍ତମାନ ପ୍ରସୂତି ଓ ଶିଶୁ ପୁତ୍ରର ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ  ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ

masiha

ବହଳଦା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର

Sunil Chandra Nayak

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର

masiha

Leave a Comment

error: Content is protected !!