ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଦୁଗାଁ ରେ ଘର ଘର ହାତ ଘରେ ଘରେ କଂଗ୍ରେସ 

ବନ୍ଦୁଗାଁ ରେ ଘର ଘର ହାତ ଘରେ ଘରେ କଂଗ୍ରେସ 

ବନ୍ଦୁଗାଁ: ୧୮/୧୦/୨୩ //, ବନ୍ଦୁଗାଁ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ବନ୍ଧୁଗାଁ ବ୍ଲକରେ ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ଶଙ୍କର ସାହୁଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ ଓଡିଶା ବିଜେଡି ଓ ବିଜେପି ସରକାରଙ୍କର ପ୍ରତିଶୃତି ଓ ପ୍ରତାରଣର ଶିକାର ହୋଇଥିବା ସମସ୍ୟା ନେଇ କଂଗ୍ରେସ କର୍ମୀ ଘର ଘର ବୁଲି ପ୍ରଚାର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ । ବିଜେଡି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ନୀତି ସ୍ଲୋଗାନ ଏବଂ ପ୍ରଗତିର ସଂକଳ୍ପ ରାଜ୍ୟରେ କଂଗ୍ରେସ ହିଁ ବିକଳ୍ପ ସ୍ଲୋଗାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ, ପ୍ରଦେଶ କଂଗ୍ରେସ କମିଟିର ମେମ୍ବର ଅଜିତ୍ ଦାଶ, ପୂର୍ବତନ ବିଧାୟକ ନିମାଇଁ ସରକାର, ରମେଶ ଖରା, କାମେଶ୍ଵର ରାତ୍ନାଲୁ, ସୁରେଶ ସାହୁକାର, ବନ୍ଧୁଗାଁ ବ୍ଲକର ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସଲା,ପାର ମୂଷିକା, ଆଲୋମଣ୍ଡା ପୂର୍ବତନ ସରପଂଚ କାନ୍ନା ରତ୍ନାଲୁ,ପ୍ରମୁଖ ଉପସ୍ଥିତ ଥିବା ବେଳ ବନ୍ଦୁଗାଁ ବ୍ଳକ ସଭାପତି ଡି.ଏଙ୍କେଟି ଅନୁପସ୍ଥିତିରେ ଥିଲେ ମଧ୍ୟ  ଶତାଧିକ କଂଗ୍ରେସ କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ବନ୍ଦୁଗାଁ ବ୍ଳକ ରେ ଚିଡି ଓଲସା, ପେଦଲଡା,ଜାଗୁଗୁଡା,ଆଲୋମଣ୍ଡା,ଶିଲାବାଡି,ପିପଲପଦର, କାପାଲଡା,ଟିକରପଡା ବୁଲିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚା ରେ ଚଳ ଚଞ୍ଚଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀ 

masiha

ବଡଓଲମାରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

ରାଜନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପି ସଙ୍ଗଠନ‌ ପର୍ବ ଓ ସଦସ୍ୟତା ଅଭିଯାନ ୨୦୨୪

masiha

Leave a Comment

error: Content is protected !!