ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ୟୁଥ୍ ଅରଗାନାଇଜେସନ ଆନୁକୁଲ୍ୟରେ ୮ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ୟୁଥ୍ ଅରଗାନାଇଜେସନ ଆନୁକୁଲ୍ୟରେ ୮ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା 

ମୟୂରଭଞ୍ଜ – ୧୮/୧୦ ( ମସିହା)ଦେଶ ତଥା ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି,ବେକାର ସମସ୍ୟା, ସ୍ଵାସ୍ଥ୍ୟ, ଶିକ୍ଷା,ରେଳ,ବୀମା,ବନ୍ଦର,ଶିଳ୍ପ ଏୟାରପୋର୍ଟ,ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ । ସରକାର ଘରୋଇକରଣ କରିବାରେ ଵ୍ଯସ୍ତ । ଯାହାକୁ ନେଇ ପ୍ରତିବାଦର ସ୍ବର ଉଠାଉଛି ଅଲ୍ ଇଣ୍ଡିଆ  ଡେମୋକ୍ରେଟିକ ୟୁଥ୍ ଆରଗାଇନେଜେସନ, ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଶାଖା ।ବାମନଘାଟୀ ଉପଖଣ୍ଡରେ ପ୍ରଚୁର କଞ୍ଚା ଲୌହ ପଥର ମହଜୁଦ ଅଛି । ଏଠାରୁ ଲୌହ ପଥର ଉତ୍ତୋଳନ କରି ସାରା ବିଶ୍ଵରେ ଟାଟା କମ୍ପାନୀ ହୋଇଛି ଲୌହ ଜଗତର ବାଦଶାହା ।ହେଲେ କେନ୍ଦ୍ର କି ରାଜ୍ୟ ସରକାର ଏଠାରେ ଲୌହ ଶିଳ୍ପ ପ୍ରତିଷ୍ଠା କରୁ ନାହାନ୍ତି । ମୟୂରଭଞ୍ଜ ଜିଲ୍ଲାର ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ, ଦକ୍ଷତା ତାଲିମ ପ୍ରାପ୍ତ ଯୁବକ,ଯୁବତୀ ହାତକୁ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଭାବେ ଚାଲି ଯାଉଛନ୍ତି । ଡ଼ାକ୍ତରଖାନାରେ ଡାକ୍ତର ଅଭାବ, ଶିକ୍ଷାନୁଷ୍ଠାନରେ ଶିକ୍ଷକ ନାହାନ୍ତି ,ବିଜୁଳି,ପିଇବା ପାଣି ,ଗମନାଗମନ ସବୁ ବିପର୍ଯ୍ୟସ୍ତ ।ଏହାକୁ ନେଇ ବୁଧବାର ଦିନ ମଧ୍ୟାହ୍ନରେ ଏଆଇଡିଓ୍ବାଇଓ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କମ୍ରେଡ ମନୋଜ ମହାନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ମୁଖ୍ୟ ଦାବି ଥିଲା ଵାମନଘାଟୀରେ ଲୌହଶିଳ୍ପ ପ୍ରତିଷ୍ଠା, ରାଇରଙ୍ଗପୁର ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କାର୍ଯ୍ୟକ୍ଷମ କରାଇବା,ବିଶୋଇ ଏବଂ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର, କର୍ମଚାରୀ,ନର୍ସ ନିଯୁକ୍ତି,ସମସ୍ତ ସରକାରୀ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ,ବେକାରଙ୍କୁ କର୍ମ ନିଯୁକ୍ତି, ଶିକ୍ଷା ଧ୍ଵଂସକରି ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ,ଜନମାରଣ ନୀତି ବିଦ୍ୟୁତ ବିଲ ୨୦୨୦ ବାତିଲ,ମଦ,ମାଦକ ଦ୍ରବ୍ୟ, ଅଶ୍ଳିଳ ପ୍ରଚାର ବନ୍ଦ ଇତ୍ଯାଦି ।ପରେ ଯୁବ ସଂଗଠନ ସଦସ୍ୟମାନେ ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଆଜିର ପ୍ରତିବାଦ ସଭାରେ କମ୍ରେଡ ଡମାନ ମାଝୀ, ଗୋବିନ୍ଦ ଦାସ,ଲକ୍ଷ୍ମଣ ଦେହୁରୀ, ଅଭିମନ୍ୟୁ ଵେହେରା,ମୋଙ୍ଗିଲାଲ ଭାଇ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ‌ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା

masiha

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ 

masiha

ଆମପାଣି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି ଶିବିର 

Leave a Comment

error: Content is protected !!