ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କ୍ୟାମ୍ପସ ନିର୍ବାଚନ ବିଭିନ୍ନ ପଦଵୀ ପାଇଁ ୧୩ଜଣ ପ୍ରାର୍ଥୀ

ଧର୍ମଗଡ କ୍ୟାମ୍ପସ ନିର୍ବାଚନ ବିଭିନ୍ନ ପଦଵୀ ପାଇଁ ୧୩ଜଣ ପ୍ରାର୍ଥୀ

ଧର୍ମଗଡ଼ : ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଆସନ୍ତା ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୋଟଗ୍ରହଣ ପରେ ସେହିଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ମୋଟ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ସଭାପତି ପଦ ପାଇଁ ଯୋଗୀନ୍ଦ୍ର ବଣିଆ ଓ ସାଇ ଦର୍ଶନ ଠାକୁର, ଉପସଭାପତି ପଦ ପାଇଁ ମାନିସ କର ଓ ଅମୃତା ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାଧାରଣ ସମ୍ପାଦକ ପଦ ପାଇଁ କଳ୍ପନା ବିହାରୀ ଓ ଧରିତ୍ରୀ ନାଏକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ପଦ ପାଇଁ ରୂପେଶ ନାଏକ, ମାଧବ ଖମାରୀ ଓ ଜାଗ୍ରତ ପୁରୋହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କ୍ରୀଡ଼ା ସମ୍ପାଦକ ପଦ ପାଇଁ ବିବେକ ନାଏକ ଓ ଧନଞ୍ଜୟ ନାଏକ ଏବଂ ସାଂସ୍କୃତିକ ସମ୍ପାଦକ ପଦ ପାଇଁ କୃଷ୍ଣ ମହାରଣା ଓ ନମିତା ମାଝୀ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ, ଦିବାଧ୍ୟାୟୀ ସଂଘର ସଭାପତି ପଦ ପାଇଁ ଗୋବିନ୍ଦ ସୁନାନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକର ସମର୍ଥନ ମଧ୍ୟ ଦେଖିବାକୁ ମିଳୁଛି। ବିଜେପି ପକ୍ଷରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯାଉଥିବା ବେଳେ, ବିଜେଡି ପକ୍ଷରୁ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯାଉଛି। ଉଭୟ ପକ୍ଷ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ହାସଲ ପାଇଁ ଉଦ୍ୟମ କରୁଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍‌. ଜଗନ୍ନାଥ ରାଓଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳନା କରାଯାଉଛି। ଶିବରାମ ମିଶ୍ର ସହକାରୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇଘର ଠାରେ ତ୍ରିରଙ୍ଗା ଯାତ୍ରା 

masiha

ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ.

masiha

ରାୟଗଡ଼ ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!