ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଡେଲ ଡିଗ୍ରୀ କଲେଜରେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ମଡେଲ ଡିଗ୍ରୀ କଲେଜରେ ସ୍ୱଚ୍ଛ ବାୟୁ ଦିବସ ପାଳିତ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲାର ଟିର୍ଲିଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଇଛି।ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ ଅରବିନ୍ଦ କୁମାର ଓଝା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ନବ କିଶୋର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଅନ୍ୟତମ ବକ୍ତା ଭାବେ ମହାମାରୀ ବିଶେଷଜ୍ଞ ଡ ଶିଳ୍ପୀ ଦାସ ଯୋଗଦେଇ ବିଶ୍ଵ ସମୁଦାୟ ଆଜି କାହିଁକି ଏହି ଦିବସ କୁ ଗୁରୁତ୍ଵ ଦେଉଛନ୍ତି ତଥା ସ୍ୱଚ୍ଛ ବାୟୁ ମଣ୍ଡଳ ଗଠନରେ ଯୁବ ସମାଜ କିପରି ନିଜର ସହଭାଗିତା ସମ୍ପାଦନ କରିବେ, ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ଅଣ ସଂକ୍ରାତମକ ରୋଗ ପରାମର୍ଶ ଦାତା ଶ୍ରୀ ତରୁଣ କୁମାର ସାହୁ ନିଜ ବକ୍ତବ୍ୟ ପ୍ରଦାନ କରିଥଲେ।ଏହାପରେ ଏକ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଙ୍କ ଧନ୍ୟବାଦ୍ ଅର୍ପଣ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ଏହାପରେ ଏକ ସଚେତନତା ରାଳୀ ରେ ଛାତ୍ରଛାତ୍ରୀ ଓ ଅତିଥିଗଣ ପୋଷ୍ୟଗ୍ରାମ ଟିରଲିଆମ୍ବଗୁଡାକୁ ଯାଇ ଲୋକଙ୍କୁ ସଚେତନ କରିଥିଲେ। ଏଥିରେ ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଦୁଲାରି କିସ୍କୁ , ଡ ଏସକେରିୟାଯତ୍ ଖାଡିମ,ସୋନୁ ସାହୁ, ଜିଭିଭି ରଞ୍ଜିତା,ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ, ଧନର ମାଝୀ, ସୁମନ୍ତ ବାଘେଳ, ସଂଧ୍ୟା ରାଣୀ ପାଢ଼ୀ ପ୍ରମୁଖ ଅଧ୍ୟାପିକା ଅଧ୍ୟାପକ, ଛାତ୍ରଛତ୍ରୀ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ

masiha

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

masiha

ଦିଲ୍ଲୀରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ବର୍ବର ଲାଠିଚାଳନା ପ୍ରତିବାଦରେ ଏଆଇଡିଏସଓ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନର ଡାକରା

Sunil Chandra Nayak

Leave a Comment

error: Content is protected !!