ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଜଣେ ଆହତ , ଅଳ୍ପକେ ବର୍ତ୍ତିଲେ ପୀଡ଼ିତ

ଭାଲୁ ଆକ୍ରମଣରେ ଜଣେ ଆହତ ,

ଅଳ୍ପକେ ବର୍ତ୍ତିଲେ ପୀଡ଼ିତ…

 ଧର୍ମଗଡ ବ୍ଲକ ଅନ୍ତର୍ଗତ ଅଁଳାଯୋର ଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ବୋଡ଼େନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଁଳାଯୋର ଗ୍ରାମର ୧୮ ବର୍ଷୀୟ ନାରୋତ୍ତମ ଗୋପାଳ ଆଜି ବଡି ଭୋର୍ ରୁ ଦୁଇଜଣ ସାଙ୍ଗ ମଣି ଶଙ୍କର ଓ ଗୁଣନିଧି ସହିତ ନିକଟସ୍ଥ କେନାଲ କୁ ଗାଧୋଇବାକୁ ଯାଇଥିଲେ। ନରୋତ୍ତମ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଜଂଗଲୀ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ନରୋତ୍ତମ ଚିତ୍କାର କରିବାରୁ ଦୁଇ ସାଙ୍ଗ ଦୌଡ଼ି ଆସି ଟେକା ପଥର ମାରିବାରୁ ଭାଲୁ ପଳାଇ ଯାଇଥିଲା। ୧୦୮ ଆମ୍ବୁଲାନସ ଯୋଗେ ଆଣି ଆହତ ଯୁବକକୁ ଧର୍ମଗଡ ସରକାରୀ ଡ଼ାକ୍ତରଖାନରେ ଭର୍ତି କରାଯାଇଥିଲା।କିଛି ମାସ ତଳେ ଭାଲୁ ଆକ୍ରମଣରେ ଏହି ଗ୍ରାମର ଜଣେ ଲୋକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ ଯେ,ଅଁଳାଯୋର ଗ୍ରାମ ନିକଟସ୍ଥ କୁମୁଡ଼ି ପାହାଡ଼ରେ ଏକ ଭାଲୁ ପଲ ବହୁ ଦିନ ହେଲା ରହିଥିବା ଓ ଖାଦ୍ୟ ଅନ୍ୱେଷଣରେ ସେମାନେ ଜନ ବସତି ମୁହାଁ ହେଉଥିବାରୁ ବନ ବିଭାଗ ଏ ଦିଗରେ ଠୋସ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି। ଆହତ ନରୋତ୍ତମ କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ବୋଡ଼େନ ସରପଞ୍ଚ ଅର୍ଜୁନ ବାଗ ଦାବୀ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ

masiha

ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ 

masiha

ନର୍ଲା ନବୋଦୟ ବିଦ୍ୟାଳୟ ଠାରେ ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!