ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳଦିଆମାଳ ଏମ କେ ଏମ ଇଂରାଜୀ ମିଡିୟମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ 

ବଳଦିଆମାଳ ଏମ କେ ଏମ ଇଂରାଜୀ ମିଡିୟମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ 

ଜୁନାଗଡ଼ ୨୩/୪(ମ ନି ସ)କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଏମ କେ ଏମ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ମିଶନ ରୁ ସ୍ୱାମୀ ଅମେୟାନନ୍ଦ ସରସ୍ବତୀ ସମ୍ମାନିତ ଅତିଥି ଭାବେ ଆନନ୍ଦ ଧାମ ଭାବାନୀପାଟଣା ରୁ ବ୍ରହ୍ମଚାରୀ ଚନ୍ଦ୍ରଶେଖର ଚୈତନ୍ୟ ଜୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ | ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ଶିକ୍ଷ।ଵୀତ ପ୍ରତାପ କିଶୋର ମୁଣ୍ଡ,ଯୋଗଦେଇ ଆଜିକାଲି ସମାଜରେ କନ୍ୟା ଶିଶୁ ର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ | ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଚଳିତବର୍ଷ ର ସର୍ବୋତ୍ତମ ଶିକ୍ଷୟତ୍ରୀ ରୁପେ ସୁଶ୍ରୀ ଭାନୁପ୍ରୀୟ। କ୍ଷିତି,ଚଳିତ ଶିକ୍ଷ।ବର୍ଷର ସର୍ବୋତ୍ତମ ଛାତ୍ର ପ୍ରଦ୍ୟାଂଶ ପ୍ରଧ।ନୀ ଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ପ୍ରଣୀତା ମେହେର ଏମ ବି ବି ଏସ ରେ କୃତକାର୍ଯ୍ୟ ହୋଇଥିବାରୁ ପିତା ପରୀକ୍ଷିତ ମେହେର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସ୍କୁଲ ଜମିଦାତା ରବିଚନ୍ଦ୍ର ବେହେରା ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା | ଶ୍ରୀବତ୍ସ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କଙ୍ଗାଲୁ ପ୍ରଧାନୀ ଓ ଅଭିମନ୍ୟୁ ମେହେର କାର୍ଯ୍ୟ ପରିଚାଳନା ରେ ସାହାଯ୍ୟ କରିଥିଲେ | ସ୍କୁଲ ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଓ ଏମ କେ ଏମ ଇଂରାଜୀ ବିଦ୍ୟାଳୟ ବଳଦିଆମାଳ ର ସଭାପତି ଶ୍ରୀବତ୍ସ ମେହେର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ନବ ବିଶ୍ୱ ଜାଗରଣ ସଂଗଠନ ଓ ଶ୍ରୀ ଶ୍ରୀ ରାଧା କୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ସହଯୋଗ କରିଥିଲେ | ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହିତ ଚନ୍ଦ୍ରହାସ୍ୟ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଗଛ ପଡି ଜାତୀୟ ରାଜପଥ ଅବରୋଧ

ପୋଡାଚାକିଡି ଗ୍ରାମବାସୀଙ୍କୁ ମୟୂରଭଞ୍ଜ ଜିଲାପାଳଙ୍କ ପ୍ରତିଶ୍ରୁତି : ସରକାରୀ ଜମିରେ ନିର୍ମାଣ ହେବ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ

ଚିଚିଆ ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଷ୍ଟେଜ ନିର୍ମାଣ

Sunil Chandra Nayak

Leave a Comment

error: Content is protected !!