ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ଫାଉଣ୍ଡେସନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି 

ଶ୍ରଦ୍ଧା ଫାଉଣ୍ଡେସନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି 

କଟକ : ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି । ଓଡ଼ିଆପୁଅ ଶିଳ୍ପପତି କ୍ୟାପଟେନ କମଳାକାନ୍ତ ଚୌଧୁରୀ ଓ ତାଙ୍କ ଧର୍ମପତ୍ନି ଶ୍ରୀମତି ସାଧନା ଚୌଧୁରୀଙ୍କ ମିଳିତ ଉଦ୍ୟମରେ ମୁମ୍ବାଇ ଓ ଭୁବନେଶ୍ବରରେ କ୍ୟାନ୍ସର ରୋଗୀଙ୍କ ପାଇଁ ୫ ଗୋଟି ସେଲ୍ଟର ହୋମ ରହିଛି । ଅନ୍ୟ ରାଜ୍ୟ ମାନଙ୍କରୁ ମୁମ୍ୱାଇରେ ଥିବା ଟାଟା ମେମୋରିଆଲ ହସପିଟାଲକୁ ରୋଗୀ ମାନେ କ୍ୟାନ୍ସର ଚିକିତ୍ସା ପାଇଁ ଆସିଥାନ୍ତି । ସେମାନଙ୍କୁ ସୁବିଧା ଓ ସେବା ଯୋଗାଇ ଦେବା ପାଇଁ ଶ୍ରଦ୍ଧା ଫାଉଣ୍ଡେସନ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ସେବା ଯୋଗାଇ ଆସୁଛି । ମୁମ୍ବାଇରେ ୪ ଗୋଟି ସେଲ୍ଟର୍ ହୋମ ଓ ଓଡ଼ିଶାର ଏମ୍ସ ହସ୍ପିଟାଲ ନିକଟରେ ଏକ ସେଲ୍ଟର ହୋମରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ଯୋଗଦେଇ ଡ଼.ବିପିନ ମିଶ୍ର,ଡ଼.ସୁକାନ୍ତି ମିଶ୍ର, ଆଇନଜିଵୀ ପ୍ରସନ୍ନ କୁମାର ମିଶ୍ର,ମହେଶ ମହାପାତ୍ର,ସମାଜସେଵୀ ଦୀପକ ମହାପାତ୍ର,ପ୍ରୀତିକାନ୍ତ ପଟ୍ଟନାୟକ, ଭଞ୍ଜନ ମହାପାତ୍ର,ଚକ୍ରବର୍ତ୍ତୀ ଓତା ଅନିତା ବେହେରା,ପ୍ରମୁଖ ପତାକା ଉତୋଳନ କରିଥିଲେ । କ୍ୟାନ୍ସର ରୋଗୀ ଓ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଟିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ ସହ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ଯକର୍ମରେ ସୁନିଲ ଦାସ, ବିପିନ ସାହୁ,ବିଶ୍ୱଜିତ୍ ଦଳାଇ, ରମେଶ ଯାଦବ,ସନ୍ତୋଷ ଗାଈକ୍ୱାଡ, ଅରୁଣ ବେହେରା,ପ୍ରମୋଦ ବେହେରା ଓ ସେଲ୍ଟର୍ ହୋମର ସଦସ୍ୟ ସହଯୋଗ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ବ୍ୟବସାୟୀ ମୃତ

Sunil Chandra Nayak

ହିନ୍ଦୋଳ ଏନ୍ ଏ ସି ରେ ଭୋଟ ଗ୍ରହଣ ସରିଲା: ଆସନ୍ତା ଏପ୍ରିଲ ୫ରେ ଗଣତି 

Sunil Chandra Nayak

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

Leave a Comment

error: Content is protected !!