ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

  ବନ୍ଧୁଗାଁ ବ୍ଲକରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

ବନ୍ଧୁଗାଁ ତା,୨୬/୧/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି I ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ପତାକା ଉତ୍ତୋଳନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବନ୍ଧୁଗାଁ ବ୍ଲକ ଉନ୍ନୟନ ଅଧିକାରୀ ଅଭିଷେକ ବିଶ୍ୱଜିତ ସେଠି , ଉପାଧ୍ୟକ୍ଷ ଶ୍ରୀମତି ଗୀତାଞ୍ଜଲି ପିଡ଼ିକା ଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ,କର୍ମଚାରୀ ଉପସ୍ଥିତ ଥିଲେ I ଏହି ଅବସରରେ ଅଧ୍ୟକ୍ଷା ସୁଶ୍ରୀ ମିଣ୍ୟାକା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ସ୍ୱାଧୀନତା ପାଇଁ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ I 

ସରକାର ଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା  ସମ୍ପର୍କ ରେ ବିବରଣୀ ପ୍ରଦାନ କରିବା ଶହ ବନ୍ଧୁଗାଁ ବ୍ଲକର ସମସ୍ତ ଜନସାଧାରଣ ଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲ I ଏଥି ସହ ବନ୍ଧୁଗାଁ ଗ୍ରାମ ପଞ୍ଚାୟତରେ ମଧ୍ୟ ଆଜି ପଞ୍ଚାୟତ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ କାଡ୍ରାକାଙ୍କ ଦ୍ୱରା ପତକା ଉତ୍ତୋଳନ କୋରାଯାଇଥିଲା I ଏଥିରେ ବନ୍ଧୁଗାଁ ବ୍ଲକର ବାଲାନାଗ, ସରତ ପାତ୍ର, ଡି. ଏଙ୍କାଟି ଓ କେଜିବିଭି ବିଦ୍ୟାଳୟ ର ଛାତ୍ରିଗଣ ଉପସ୍ଥିତ ସହ ଭାରତର ଗଣତନ୍ତ୍ର କିପରି ହୋଇଥିଲା ଓ ଆମ୍ଭେ ଭାରତ ବାସି ଜାନୁଆରି ୨୬ କୁ କାହିଁକି ଗଣତନ୍ତ୍ର ରୂପରେ ପାଳନ କରିଥାଉ ତା ବିଷୟରେ ମୁଖ୍ୟ ବ୍ୟକ୍ତି ଗଣ ଓ ଉପାଧକ୍ଷ ପିଡ଼ିକା, ଓ ୩ ସଭାପତି ଉପସ୍ଥିତ ଭଦ୍ର ବ୍ୟକ୍ତି ଓ ଛାତ୍ର ଛାତ୍ରୀଙ୍କୁ କିଛି ଭାସଣ କହି ବୁଝେଇଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ସଙ୍କଳ୍ପ ସପ୍ତାହ ପାଳିତି

masiha

ଟିକିରି ସ୍ଥିତ ଡ଼େଙ୍ଗାଗୁଡ଼ା ଛକ ଠାରେ ଘଟିଛି ମାର୍ମଦୁନ୍ତ ସଡ଼କ ଦୁର୍ଘଟଣା

Sunil Chandra Nayak

ବଜ୍ରପାତରେ ଶାଶୁ ବୋହୁ ମୃତ ! 

Leave a Comment

error: Content is protected !!