ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

ନୂଆପଡା, // ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଛି ।ନଗରପାଳ ଉଜ୍ଜଳ ଗୁପ୍ତା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବିକଶିତ କରିବା ସହ ଓଡ଼ିଶା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାକୁ ନଗରପାଳ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଡିଆଳ ଏନ ଏ ସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ୱାର୍ଡ ସଭ୍ୟ ସଭ୍ୟା ନରେନ୍ଦ୍ର ଶବର,ବିନତି ହଂସ, ରେବତୀ ଶବର, ବଜରଙ୍ଗ ଭୋଇ,ଲକ୍ଷ୍ମଣ ଦୁରିଆ,ସୁନିଲ କୁମାର ସାହୁ, ସୁବେର ସିଂ ଦେଓ, ପ୍ରମୁଖ ଯୋଗଦେଇଥିଲେ। ଖଡିଆଳ ସହରକୁ ସୁନ୍ଦର, ସ୍ବଚ୍ଛ ଏବଂ ନିର୍ମଳ କରିବା ନେଇ ଆହ୍ବାନ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂର୍ବତନ ସମ୍ପାଦକ ୰ଉମେଶ ଚନ୍ଦ୍ର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଲାଞ୍ଜିଗଡ଼ ବିଧାୟକ

masiha

Leave a Comment

error: Content is protected !!