ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜଳା ଗ୍ୟାସ ଏଜେନ୍ସିରେ ପଞ୍ଜୀକୃତ ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଉଜ୍ଜଳା ଗ୍ୟାସ ଉପଭୋକ୍ତା ହରଡଘଣା ଭିତରେ, ମାସିକ ୪୦୦ ଟଙ୍କା ସିଲିଣ୍ଡର ପିଛା ରିହାତି ପାଇବାରୁ ବଞ୍ଚିତ ଉପଭୋକ୍ତା

ବନ୍ଧୁଗାଁ ତା ୩୦/୮/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଉଜ୍ଜଳା ଗ୍ୟାସ ଉପଭକ୍ତା ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜଳା ଏଜେନ୍ସି ରେ ପଞ୍ଜୀକୃତ ଉପଭୋକ୍ତା ହରଡ ଘଣା ଭିତରେ ପେଶି ହୋଇ ସରକାରଙ୍କ ସିଲିଣ୍ଡର ପିଛା ରିହାତି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି।କେନ୍ଦ୍ର ସରକାରଙ୍କ ମହିଳାଙ୍କ ନିମନ୍ତେ ଯୁଗାନ୍ତ କାରି ଉଜ୍ଜ୍ଵଳା ରନ୍ଧନ ଗ୍ୟାସ ଯୋଜନା କାର୍ଯ୍ୟକାରୀ କରି ଗରିବ ମହିଳାଙ୍କୁ ପ୍ରତି ବ୍ଲକରେ ଗ୍ୟାସ ଏଜେନ୍ସି ଆରମ୍ଭ ହୋଇଥିଲା।  ଲକ୍ଷ୍ମୀପୁର ବ୍ଲକର ନିର୍ମଳା ଉଜ୍ଜ୍ବଳା ରନ୍ଧନ ଗ୍ୟାସ କାର୍ଯ୍ୟଳୟ ଆରମ୍ଭ କରି ବନ୍ଧୁଗାଁ ବ୍ଲକରୁ ପ୍ରାୟ ୨୫୦୦ ରୁ ଉର୍ଦ୍ଧ ଗରିବ ମହିଳାଙ୍କୁ ଉଜ୍ଜ୍ୱଳା ରନ୍ଧନ ଗ୍ୟାସ ଯୋଜନାରେ ଉପଭୋକ୍ତାଙ୍କୁ ପଞ୍ଜୀକୃତ କରଯାଇଥିଲା।୨୦୧୯ ମସିହାରେ ନାରାୟଣପାଟଣା ବ୍ଲକର ମାଆ ଚୈତ୍ରାଇ ଉଜ୍ଜ୍ୱଳା ରନ୍ଧନ ଗ୍ୟାସ ଯୋଜନାରେ କାର୍ଯ୍ୟାଳୟ ଆରମ୍ଭ କରି ବନ୍ଧୁଗାଁ ବ୍ଲକରୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଉଜ୍ଜ୍ୱଳ ଯୋଜନାରେ ଉପଭୋକ୍ତାଙ୍କୁ ପଞ୍ଜୀକରଣ କରଯାଇଥିଲା। ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉକ୍ତ ୨ ଟି ଉଜ୍ଜ୍ୱଳା କାର୍ଯ୍ୟାଳୟ ଠାରେ ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ହଜାର ଗରିବ ମହିଳା ଉଜ୍ଜ୍ୱଳା ରନ୍ଧନ ଗ୍ୟାସ ଯୋଜନାରେ ସାମିଲ କରାଯାଇ ଫ୍ରୀ ଗ୍ୟାସ ସିଲିଣ୍ଡର ଗୁଡ଼ିକ ବଣ୍ଟନ କରାଗଲା। ସେହି ସମୟରେ ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ଗୋଟିଏ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ଉପଭୋକ୍ତାଙ୍କ ଜମା ଖାତାକୁ ଯିବାର ଘୋଷଣା କରି କାର୍ଯ୍ୟକାରି କରାଯାଉଥିଲା। ଲକ୍ଷ୍ମୀପୁର ବ୍ଲକ ୩୮ କିମି ଓ ନାରାୟଣପାଟଣା ବ୍ଲକ ୧୬ କିମି ବନ୍ଧୁଗାଁ ବ୍ଲକ ଠାରୁ ଦୁରତାରେ ଥିବାରୁ ଉକ୍ତ ୨ ଟି ଉଜ୍ଜ୍ବଳା ରନ୍ଧନ ଗ୍ୟାସ କାର୍ଯ୍ୟାଳୟ ଠାରୁ ଉପଭୋକ୍ତା ମାନେ ଗ୍ୟାସ ସିଲିଣ୍ଡର ପାଇବା କଷ୍ଟ ସାଧ୍ୟ ହେବା ସହିତ ଉପଭୋକ୍ତାଙ୍କ ବ୍ୟାଙ୍କ ଜମା ଖାତାକୁ ରିହାତି ଟଙ୍କା ଜମା ହୋଇପାରିଲା ନାହିଁ।୨୦୨୦ ମସିହାରେ ବନ୍ଧୁଗାଁ ବ୍ଲକରେ ମାଆ ଅଗ୍ନିଗଙ୍ଗାମା ଉଜ୍ଜ୍ଵଳା ରନ୍ଧନ ଗ୍ୟାସ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଯେଉଁ ଠାରେ କି ବର୍ତ୍ତମାନ ୧୫୦୦ ଜଣ ଉଜ୍ଜ୍ୱଳା ରନ୍ଧନ ଗ୍ୟାସ ଉପଭୋକ୍ତା ରହିଛନ୍ତି। ମାଆ ଅଗ୍ନୀଗଙ୍ଗାମା ଉଜ୍ଜ୍ବଳା ରନ୍ଧନ ଗ୍ୟାସ ଯୋଜନାରେ ସ୍ଥାନୀୟ ଅଞ୍ଚଳରୁ ୧୫୦୦ ଉପଭୋକ୍ତା ସଠିକ୍ ଭାବେ ଗ୍ୟାସ ସିଲିଣ୍ଡର ଟଙ୍କା ୧୧୫୦ କିଣି ରସିଦ ପାଇ କୌଣସି ଅସୁବିଧା ନ ଥାଇ ପାଉଛନ୍ତି।ଉପଭୋକ୍ତାଙ୍କ ବ୍ୟାଙ୍କ ଜମା ଖାତାକୁ ସରକାରଙ୍କ ରିହାତି ୨୦୦ ଟଙ୍କା ଜମା ହୋଇପାରୁଛି। କିନ୍ତୁ ଆଜି ଲକ୍ଷ୍ମୀପୁର ବ୍ଲକ ଓ ନାରାୟଣପାଟଣା ବ୍ଲକର ୨ ଟି ଉଜ୍ଜ୍ବଳା କାର୍ଯ୍ୟାଳୟ ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଗରିବ ଉପଭୋକ୍ତା ଏତେ ଦୂରକୁ ଯାଇ ଗ୍ୟାସ ସିଲିଣ୍ଡର ଆଣି ପାରୁନାହାନ୍ତି ଓ ସେହି ବ୍ଲକର ୨ ଟି ଉଜ୍ଜ୍ବଳା କାର୍ଯ୍ୟାଳୟ ସଠିକ ଭାବରେ ଗ୍ୟାସ ସିଲିଣ୍ଡର ଉପଭୋକ୍ତାଙ୍କ ପାଖକୁ ପହଞ୍ଚାଇ ପାରୁ ନାହାଁନ୍ତି। ଏହି ସବୁ ଅସୁବିଧା ଦେଖାଯାଉଥିବା ଯୋଗୁଁ ଉପଭୋକ୍ତା ମାନେ ଖୋଲା ବଜାରରେ ସିଲିଣ୍ଡର ପିଛା ଟଙ୍କା ୧୧୭୦ ରୁ ୧୨୦୦ ଟଙ୍କା ଚଡା ଦରରେ ଗ୍ୟାସ ସିଲିଣ୍ଡର କିଣି ବ୍ୟବହାର କରୁଛନ୍ତି। ଆଜକୁ ପ୍ରାୟ ୮ ବର୍ଷ ହେଉଛି ୫୦୦୦ ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜ୍ବଳା ଉପଭୋକ୍ତା ମାନେ ସରକାରଙ୍କ ରିହାତି ଟଙ୍କା ଆଜି ପର୍ଯ୍ୟନ୍ତ ପାଇବାରୁ ବଞ୍ଚିତ ହେଉଛନ୍ତି। ଆନୁମାନିକ ଭାବେ ୯ କୋଟି ୬୦ ଲକ୍ଷ ଟଙ୍କା ଲୋକଙ୍କର କ୍ଷତି ହୋଇଛି। ଉପଭୋକ୍ତା ମାନେ କେନ୍ଦ୍ର ସରକାରଙ୍କ ତରଫରୁ ଦୂରତା ଦୃଷ୍ଟିରୁ ସଠିକ ଭାବେ ସିଲିଣ୍ଡର ନ ପାଇବା ଓ ଖୋଲା ବଜାରରୁ ବିନା ପାସ ବୁକ ଥାଇ ଅଧିକ ମୂଲ୍ୟ ଦେଇ କିଣିବା ଏବଂ ଆଜି ପର୍ଯ୍ୟନ୍ତ ରିହାତି ଉପଭୋକ୍ତା ମାନେ ଟଙ୍କା ନ ପାଇବା ଅଧିକ ଚିନ୍ତାର କାରଣ ହୋଇଛି। ଏହାର ତୁରିତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବନ୍ଧୁଗାଁ ବ୍ଲକର ଗରିବ ମହିଳା ଉପଭୋକ୍ତା ମାନେ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଯୁବ ରେଡକ୍ରସ ଶିବିର ଉଦଯାପିତ

Sunil Chandra Nayak

ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଶୁଣାଣି ଶିବିରରେ ୧୦୬ ଟି ଅଭିଯୋଗରୁ ୨ ଫଇସଲା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort