ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପ୍ରସଙ୍ଗ ନେଇ ରେଳ ମନ୍ତ୍ରୀଙ୍କୁ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତଙ୍କ ଚିଠି

କଳାହାଣ୍ଡିର ବିଭିନ୍ନ ରେଳ ଷ୍ଟେସନର ଉନ୍ନତି କରଣ ସାଙ୍ଗକୁ ରେଳ ସମ୍ପ୍ରସାରଣ ପାଇଁ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।ମୁଖ୍ୟତଃ ରାୟଗଡ଼ାରୁ ବିଶାଖାପାଟଣା ଯାଉଥିବା ଟ୍ରେନକୁ ଭବାନୀପାଟଣା ଯାଏଁ ସମ୍ପ୍ରସାରଣ କରି ଏକ୍ସପ୍ରେସ ଟ୍ରେନ ଭାବେ ଚଳାଚଳ କରିବାକୁ ପ୍ରଦୀପ୍ତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖୁଛନ୍ତି । ଏଥ୍ ସହିତ ଆଉ କିଛି ଟ୍ରେନକୁ କେସିଙ୍ଗା ଯାଏଁ ସମ୍ପ୍ରସାରଣ ରାମଚନ୍ଦ୍ରପୁର, କୁଟୁରୁ ଖମାର ଭଳି ଷ୍ଟେସନ ଗୁଡ଼ିକର ଉନ୍ନତି କରଣ ଆଦି ୨୨ଟି ପ୍ରସଙ୍ଗରେ ପ୍ରଦୀପ୍ତ ଏହି ଚିଠି ଲେଖିଥିବା ଜଣା ପଡ଼ିଛି । ଗତ ୧୬ ତାରିଖ ଲେଖାଥିବା ପ୍ରଦୀପ୍ତଙ୍କ ୧୪୫ ନମ୍ବର ଚିଠିଟି ସାମାଜିକ ଗଣ ମାଧ୍ୟମରେ ଘୁରିବୁଲିବା ପରେ ବିଭିନ୍ନ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି । ଏହି ଚିଠିରେ ପ୍ରଦୀପ୍ତ ନାଏକ ନିଜେ ଦସ୍ତଖତ ଦେଇଥିବାରୁ ଜିଲା ବ୍ୟାପି ଆନନ୍ଦ ପ୍ରକାଶ ପାଇଛି। ଉଲ୍ଲେଖ ଯୋଗ୍ୟଯେ,କରୋନାରେ ଆକ୍ରାନ୍ତ ହେଇ ପ୍ରଦୀପ୍ତ ଗତ ପ୍ରାୟ ଦୁଇ ବର୍ଷ ଧରି ଚିକିତ୍ସାଧୀନ ଅଛନ୍ତି । ଏବେ ପ୍ରଦୀପ୍ତଙ୍କ ବିଭିନ୍ନ ବ୍ୟାୟାମର ଭିଡିଓ ଏବଂ ହାତଲେଖା ଚିଠି ଜିଲାର ବିଭିନ୍ନ ମହଲରେ ଖୁସିର କାରଣ ସାଜିଛି।ପ୍ରଦୀପ୍ତ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ମିଳୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାଜୀବ କୁମାର ୟଙ୍ଗକମଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ଡାବୁଗାଁ ରେ ରାମ ନବମୀ ପାଳନ ଅବସରରେ ଶୋଭାଯାତ୍ରା 

masiha

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

Leave a Comment

error: Content is protected !!