ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳଦ ଧକ୍କା ରେ ଓଟୋ ରିକ୍ସା ଓଲଟି ଓଟୋ ରେ ଯାଉଥିବା ୫ କୋମଳ ମୋତି ଛାତ୍ର ଆହତ

କନ୍ଧମାଳ ଜିଲ୍ଲା ବିସିପଡ଼ା ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଘାଇ ନିକଟରେ ଛୋଟ ପିଲା ମାନଙ୍କୁ ନେଇ ଯାଉଥିବା ଓଟୋ ରିକ୍ସା ରେ ବଳଦ ଧକ୍କା ହେବା ରୁ ଭାରସାମ୍ୟ ହରାଇ ଅଟୋ ରିକ୍ସା ଟି ଓଲଟି ପଡ଼ିଥିଲା। ଫଳରେ ଅଟୋ ରେ ବସିଥିବା ପିଲାମାନେ ଗୁରୁତର ଆହତ ହୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ ପ୍ରତ୍ୟେକ ଦିନ ଭଳି କେରେଡି ଗ୍ରାମ ପଞ୍ଚାୟତ ଅଞ୍ଚଳ ରୁ ଶଙ୍କରାଖୋଲ ଇଂଲିଶ ମିଡ଼ିୟମ ସ୍କୁଲ କୁ ଅଟୋ ରିକ୍ସା ରେ୬ /୧୦ ବର୍ଷ ବୟସ ର ଛୋଟ ପିଲା ମାନେ ପାଠ ପଢିବାକୁ ଯାଉଥିଲେ । ଆଜି ସକାଳ ୭ ଟା ସମୟରେ ଗୁମାଗଡ଼ ଘାଇ ନିକଟରେ ଅଟୋ ରିକ୍ସା ସମ୍ମୁଖ କୁ ବଳଦ ଦୌଡ଼ି ଆସିବା ହେତୁ ଅଟୋ ରେ ଧକ୍କା ହୋଇଥିଲା। ଫଳରେ ଅଟୋ ରିକ୍ସା ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଟୋ ରେ ବସିଥିବା ଛୋଟ ପିଲାମାନେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ ଘଟଣା ସ୍ଥଳରେ ପ୍ରଥମେ ଫୁଲବାଣୀ ବିଧାୟକ ପ୍ରତିନିଧି ତଥା କନ୍ଧମାଳ   ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ନିଳାମ୍ବର କଁହର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ପିଲା ମାନଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଗୁମାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ଏହି ଆହତ ଛାତ୍ର ମାନଙ୍କ ମଧ୍ୟରେ ଋତୁରାଜ ଦିଗାଲ ୧୦ ଓ ଯେମିଦେଵ ଦିଗାଲ ୬ ଙ୍କର ଅବସ୍ଥା ଗୁରୁତର ଥିବାରୁ ସେହି ଦୁଇ ଛାତ୍ର ଙ୍କୁ ଆମ୍ବୁଲାନ୍ସ ଯୋଗେ  ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପିଠାଇଥିଲେ। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୁମାଗଡ଼ ମେଡ଼ିକାଲ ରୁ ଘରକୁ ଛାଡି ଦିଆଯାଇଛି।ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବିଧାୟକ ପ୍ରତିନିଧି ଙ୍କର ମହତ କାର୍ଯ୍ୟ ପାଇଁ ଆହତ ପିଲାମାନଙ୍କ ଅଭିଭାବକ ମାନେ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ବର୍ତ୍ତମାନ ଆହତ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତା

Sunil Chandra Nayak

ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ପାଳନକୁ ନେଇ ଉଦବେଗ। ଶ୍ରୀ ଜଗନ୍ନାଥ ଚେତନା ପରିଷଦ ଗବେଷଣା କେନ୍ଦ୍ର ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Sunil Chandra Nayak

ବିଦ୍ୟୁତ ବିଭାଗର ଚରମ ଅବହେଳା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ ମୃତ, ୧ ଗୁରୁତର   

masiha

Leave a Comment

error: Content is protected !!