ଭାରତ ରତ୍ନ ଡ ଆମ୍ବେଦକରଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ
ରାଉରକେଲା: ତା ୧୯.୦୪.୨୦୨୫ । ଆଜି ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଡ ବାବାସାହେବ୍ ଭୀମରାଓ ଆମ୍ବେଦକରଙ୍କର ସମ୍ବିଧାନ ପ୍ରତି ଅବଦାନ ଉପରେ ଆଲୋଚନାଚକ୍ର ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜେଡି ର ବରିଷ୍ଠ ନେତା ସନ୍ତୋଷ କୁମାର ତନ୍ତୀ ଶତାଧିକ ସମର୍ଥକଙ୍କ ସହିତ ଏକ ପଟୁଆରାରେ ସଭା ସ୍ଥଳରେ ପହଞ୍ଚି ବିଜେପି ରେ ଯୋଗଦାନ କରିଥିଲେ l ଅତିଥି ତଥା ବକ୍ତା ବୀରମହାରାଜପୁର ର ବିଧାୟକ ରଘୁନାଥ ଜଗଦଲା ତାଙ୍କ ବକ୍ତବ୍ୟରେ ଡ ଆମ୍ବେଦକରଙ୍କର ଜୀବନାଦର୍ଶ ସମ୍ପର୍କରେ ସୃତିଚାରଣ କରିବା ସହିତ ସେ ଭାରତୀୟଙ୍କୁ ସମ୍ବିଧାନ ମାଧ୍ୟମରେ ସାମାଜିକ , ଅର୍ଥନୈତିକ, ରାଜନୈତିକ ନ୍ୟାୟ ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଭାବର ପ୍ରକାଶ ଓ ବିଶ୍ବାସ, ଧର୍ମ ଆଚରଣରେ ସ୍ଵାଧୀନତା, ସମସ୍ତଙ୍କ ମଧ୍ୟରେ ଜାତୀୟ ଏକତା ଓ ସଂହତିର ଅଭିବୃଦ୍ଧି ବ୍ୟବସ୍ଥା ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଏକାଧାରରେ ଜଣେ ସମାଜ ସଂସ୍କାରକ, ଆଇନଜ୍ଞ ଏବଂ ରାଜନେତା ଥିଲେ । ତାଙ୍କର ମାନବ ପ୍ରେମ,ଉଦାର ପୌରୁଷ ପାଇଁ ଚିରଦିନ ସ୍ମରଣୀୟ ହେଇ ରହିଛନ୍ତି। କଂଗ୍ରେସ ସରକାରଙ୍କ ସମୟରେ ଡ ଆମ୍ବେଦକରଙ୍କୁ ଯେତିକି ସମ୍ମାନ ଦେଉଥିଲେ ତା ଠାରୁ ଅଧିକ ସମ୍ମାନ ବିଜେପି ସରକାର ଦେଇଆସୁଛନ୍ତି । ମୋଦୀଜୀଙ୍କ ସରକାର ୨୦୧୫ ମସିହାରୁ ୧୪ ଏପ୍ରିଲ କୁ ସଂବିଧାନ ଦିବସ ରୂପେ ପାଳନ କରି ଆସୁଛନ୍ତି । ବାଜପେୟୀ ସରକାର ଅନୁସୂଚିତ ଜନଜାତି ଓ ଜନଜାତିକୁ ଆଗକୁ ନେବାପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ବିଜେପି ସରକାର ଜନଜାତିଙ୍କୁ ବହୁ ସୁବିଧା ଦେବା ସହ ବହୁ ଯୋଜନା କରିଛନ୍ତି । ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ପାଇଁ ଆଇନ କରିଛନ୍ତି । ଅନ୍ୟତମ ବକ୍ତା ବଟ କିଶୋର ମିଶ୍ର ତାଙ୍କ ବକ୍ତବ୍ୟରେ ସେ ଜଣେ ସଂସ୍କାରକ ଓ ପ୍ରଚଣ୍ଡ ବିଦ୍ୱାନ ଥିଲେ ବୋଲି ପ୍ରକାଶ କରିଥିଲେ। ସେ ସମ୍ବିଧାନକୁ ସମସ୍ତଙ୍କ ମଙ୍ଗଳ ଓ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ସୁଯୋଗ ପ୍ରଦାନ କରିଥିବା କହିଥିଲେ । ସେ ଲେବର ପାର୍ଟି ଗଠନ କରି ନିର୍ବାଚନ ଲଢ଼ି କୃତ କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ । ସେ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ଚେଷ୍ଟା କରି ସଫଳ ହୋଇଥିଲେ । ଜିଲ୍ଲା ସଭା ନେତ୍ରୀ ପୂର୍ଣ୍ଣିମା କେରକେଟା, ରଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ତାଙ୍କ ବକ୍ତବ୍ୟରେ ଡ ଆଂବେଦକର ଜଣେ ଆଦର୍ଶ ଓ ସଂସ୍କାରକ ଥିଲେ ବୋଲି କହିଥିଲେ । ପୂର୍ବତନ ଅନୁସୂଚୀତ ଜାତି ଜିଲ୍ଲା ସଭାପତି ଭ୍ରମର ବର ବେହେରା ମଞ୍ଚ ପରି ଚାଳନା କରିଥିବା ବେଳେ, ସଂଯୋଜକ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ମନୋଜ ଶତପଥୀ, ମୁରଲୀ ଗୌଡ଼, ରମେଶ ସିଂ, ଦିଲ୍ଲୀପ ପଟ୍ଟନାୟକ,ପରନ୍ତାପ ଦାସ, ରିତା ସିଂ, ଜର୍ଜ ଆନନ୍ଦ, ନିରଜ ଚତୁର୍ବେଦୀ, ସରୋଜ ଦାସ,ଶଶାଙ୍କ ଜେନା, ମନୋଜ ମାହେଶ୍ୱରୀ, ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଦେବେନ୍ଦ୍ର ବିରଗଣ୍ଠିଆ, ଶ୍ରୀଧର ମଲ୍ଲିକ, ଅରବିନ୍ଦ ପୁହାଣ, ସୁଶାନ୍ତ କୁମାର ମହାପାତ୍ର, ଦୂର୍ଗା ମାଇତି, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ସତ୍ୟବ୍ରତ ମହାନ୍ତି, ସନ୍ଦୀପ ପରିଡ଼ା, ସୁଧାକର ସାହୁ, ତ୍ରିବିକ୍ରମ ମାଝୀ, ଲଖନ ଲୋହାର,ରଞ୍ଜିତା କିସପଟ୍ଟା, ଦିଲ୍ଲୀପ ସିଂହ, ଭଗବାନ ରାୟ, ସୁଶୀଳା ଶର୍ମା, କେ ଏନ୍ ଚୌବେ, ନମ୍ରତା ବାଗ, ଦିପୁ ଦାସ, ଆଶିଷ ହରିପାଲ, ସୁନୀତା ମୋହିନୀ, କେଦାର ପ୍ରିୟଦର୍ଶନୀଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଶ୍ରୀ ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

