ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଭବାନୀପାଟଣା ସହର

କଳାହାଣ୍ଡି:ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଭବାନୀପାଟଣା ସହର

ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠା କୁ ବଜାଇ ରଖିବା ପାଇଁ ଭାରତୀୟ ସେନା ର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ,ବଳିଦାନ ଓ କର୍ତ୍ତ୍ୟବ୍ୟ ନିଷ୍ଠା ଅତୁଳନୀୟ। ଭାରତର ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇ ଅପରେସନ ସିନ୍ଦୂର ରେ ଭାରତୀୟ ସେନା ର ପରାକ୍ରମ ସମସ୍ତ ଦେଶବାସୀ ଙ୍କୁ ଗର୍ବିତ କରିଛି। ଭାରତର ବୀର ସୈନିକ ମାନଙ୍କ ସଫଳତା ଓ ସାହସିକ ପଦକ୍ଷେପ କୁ ଉତ୍ସାହିତ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ,ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ମାନନୀୟl ସାଂସଦ ଲୋକସଭା କଳାହାଣ୍ଡି, ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ଶୁଭାରମ୍ଭ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲା କାରାଗାର ଛକ,ନୂଆ ବସ୍ ଷ୍ଟାଣ୍ଡ, ଘୋଡ଼ଘାଟ ଛକ,ସତ୍ୟମ୍ ସିନେମା ହଲ୍, ଦୟାନିଧି ଛକ,ମାଣିକେଶ୍ଵରୀ ଛକ,ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଛକ ଦେଇ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ,୬୪ ବାଟାଲିୟନ କମାଣ୍ଡଡେଣ୍ଟ ପଙ୍କଜ ଚୌଧୁରୀ, ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚକମା,ଉପ ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, ୬୪ ବାଟାଲିୟନ ସେକେଣ୍ଡ ଇନ୍ କମାଣ୍ଡେଣ୍ଟ ପି କେ ମିଶ୍ର, ଡେପୁଟି କମାଣ୍ଡେଣ୍ଟ ସଚିଦାନନ୍ଦ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ଜନପ୍ରତିନିଧି,ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ ର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ,ପୋଲିସ ବାହିନୀ,ଏନ୍ ସି ସି ଛାତ୍ରଛାତ୍ରୀ,ଗଣମାଧ୍ୟମ ର ପ୍ରତିନିଧି, ଜନସାଧାରଣ ପ୍ରମୁଖ ଯୋଗଦେଇ ଭାରତୀୟ ସେନାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହାତରେ ତ୍ରିରଙ୍ଗା ଧରି ଭାରତର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତ୍ୟବ୍ୟ ବୋଲି ଦେଶଭକ୍ତି ନାରା ଭାରତ ମାତା କି ଜୟ,ବନ୍ଦେ ମାତରମ୍, ଜୟ ଜବାନ ଜୟ କିଷାନ ସ୍ଲୋଗାନ୍ ରେ ସହର ପ୍ରକମ୍ପିତ ହୋଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଶହଶହ ଲୋକ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

masiha

ଆନ୍ତର୍ଜାତିୟ ଯୋଗ ଦିବସ 

masiha

ଯୁଗ ଦ୍ରଷ୍ଟା ସାହିତ୍ୟ ସାଧକ, ରାଧାନାଥ ରାୟଙ୍କ,ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!