ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଲା ଠାରେ ଫାଣ୍ଡି ସ୍ଥାପନ ନେଇ ଜମି ଚିହ୍ନଟ

ପର୍ଲା ଠାରେ ଫାଣ୍ଡି ସ୍ଥାପନ ନେଇ ଜମି ଚିହ୍ନଟ

ବହୁପ୍ରତିକ୍ଷା ପରେ ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲା ଗ୍ରାମ ଠାରେ ଫାଣ୍ଡି ହେବା ଆଶା ସଞ୍ଚାର ଖେଳିଛି।ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।ଆଜି ଧର୍ମଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହର ସହ ଅଧିକାରୀ ବିରେନ୍ଦ୍ର ପଣ୍ଡା,ପର୍ଲା ରାଜସ୍ୱ ନିରକ୍ଷକ ରତେନ୍ଦ୍ର ନିଆଲ ,ସରପଞ୍ଚ ବ୍ରିଜଲାଲ ନାଏକ ସମେତ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଜମି ଚିହ୍ନଟ କରାଯାଇଛି।ଗ୍ରାମବାସୀ ଙ୍କ ଅନୁରୋଧ କ୍ରମେ ପର୍ଲା ଜୟନ୍ତପୁର ରାସ୍ତା ଦେଶୀ ଭାଟି ନିକଟ ବର୍ତ୍ତି ଶିଶୋବର୍ଲି ସମ୍ମୁଖରେ ଜମି ଚିହ୍ନଟ ହୋଇଯାଇଛି।ଫାଣ୍ଡି ସ୍ଥାପନ ପାଇଁ ୫ଏକର ସରକାରୀ ଜମି ଧର୍ମଗଡ ତହସିଲଦାର ଯୋଗାଇ ଦେଇଥିବା ଜଣାପଡିଛି।ଖୁବ ଶୀଘ୍ର ଫାଣ୍ଡି ସ୍ଥାପନ ହେବା ଥାନା ଅଧିକାରୀ ଶ୍ରୀ କୋଲାହର ପ୍ରକାଶ କରିଛନ୍ତି।ସୂଚନା ଯେ କିଛି ଦିନ ତଳେ ସରକାର ନୂତନ ଥାନା ଓ ଫାଣ୍ଡି ସମ୍ପ୍ରସାରଣ ହେବା ନେଇ ସୂଚନା ଦେଇଥିଲେ।ଏନେଇ ପର୍ଲା ଗ୍ରାମବାସୀ କୋରାପୁଟ ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ କମିଶନ ଙ୍କୁ ଏକ ଦାବିପତ୍ର ଦେଇଥିଲେ। ଇତି ପୂର୍ବରୁ ପର୍ଲା ଠାରେ ଫାଣ୍ଡି ସ୍ଥାପନ ନେଇ ସରକାର ଙ୍କ ନିକଟରେ ବାରମ୍ବାର ଦାବୀ ହୋଇ ଆସୁଥିଲା।ଶେଷରେ ଫାଣ୍ଡି ସ୍ଥାପନ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ଗ୍ରୀନ ସୂଚନା ମିଳିଛି। ଧର୍ମଗଡ ଥାନା ଅଧୀନ ରେ ମୋଟ ୨ଲକ୍ଷ ରୁ ଉର୍ଦ୍ଧ୍ବ ଜନସାଧାରଣ ରହିଥିବା ବେଳେ କେବଳ ଗୋଟାଏ ଥାନା ଧର୍ମଗଡ ଠାରେ ରହିଛି।ଜିଲ୍ଲା ର ବିଭିନ୍ନ ଥାନା ଅଧୀନରେ ଅନେକ ଫାଣ୍ଡି ରହିଥିବା ବେଳେ ଧର୍ମଗଡ ଥାନା ଅଧୀନରେ ଗୋଟାଏ ବି ଫାଣ୍ଡି ନ ଥିବା ଯୋଗୁ ସାଧାରଣ ଭାବେ ତୁରନ୍ତ ସେବା ରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇ ଆସୁଛି।ଭୌଗୋଳିକ ମାପକାଠି ଓ ପରିପାର୍ଶ୍ଵତା ଅନୁଯାୟୀ ପର୍ଲା ଠାରେ ଫାଣ୍ଡି ସ୍ଥାପନ ହେବା ଆବଶ୍ୟକ ରହିଛି।ଏଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ କୃଷି ସହ ଅଧିକାରୀ କାର୍ଯ୍ୟାଳୟ,ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ,ରାଜସ୍ୱ ନିରାକ୍ଷକ ,ବ୍ୟାଙ୍କ,ଆଦର୍ଶ ବିଦ୍ୟାଳୟ,ଶିଶୁ ମନ୍ଦିର, ଇଂରାଜୀ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ,ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟ ଆଦି ରହିଅଛି।ଧର୍ମଗଡ ଥାନା ଶେଷ ଭାଗରେ ପର୍ଲା ରହିଥିବା ବେଳେ ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ।ଇତି ପୂର୍ବରେ ପର୍ଲା ସୀମାନ୍ତ ଛତିଶଗଡ଼ ସାହାଜ ଖୋଲ ଜଙ୍ଗଲ ମଧ୍ୟରେ ନକ୍ସଲ ମାନଙ୍କ ଗତିବିଧି ନଜିର ଥିବା ବେଳେ କଂଭି ଅପରେସନ ବି ହୋଇଥିଲା। ଭୌଗୋଳିକ ସ୍ଥିତି ରୁ ପର୍ଲା ଠାରେ ଫାଣ୍ଡି ହେବା ଜରୁରୀ ଥିବା ବେଳେ ଶେଷରେ ସ୍ଥାପନ ହେବା ଗ୍ରୀନ ସୂଚନା ମିଳିଛି।ଜମି ଚିହ୍ନଟ ସମୟରେ କ୍ରିୟାନୁଷ୍ଠାନ କମିଟି ସଭାପତି ବ୍ରିଜଲାଲ ନାଏକ ବିଜେପି ମଣ୍ଡଳ ପ୍ରତିନିଧି ପରାସର ସାହୁ,ବିଜେପି ବୁଥ ସଭାପତି ଲଛମନ ଗୋପାଳ, ଅରକ୍ଷିତ ବାରିକ,ସୁବାସ ଦାସ,ପୂର୍ବତନ ସମିତି ସଭ୍ୟ -ଅରୁଣ କୁମାର ଜାଲ ,ଗୌରି ଗୋପାଳ,କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ହେତୁରାମ ମେହେର, ଲଛମନ ଦାସ,ପଦ୍ମରାମ ଶବର,ପବିତ୍ର ଗୋପାଳ,ପୂର୍ବତନ ସମିତି ସଭ୍ୟ ଗୟାରାମ ଖରସେଲ,ଲଛମନ ନାଏକ ,ମଧୁସୂଦନ ବାଗ,କନ୍ଦର୍ପ ଦାସ ଚନ୍ଦ୍ରଗୁପ୍ତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦଘାଟିତ

masiha

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

Sunil Chandra Nayak

ପରିବେଶ ସୁରକ୍ଷା ସଚେତନତା ନେଇ ଛଣୁଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ଯକ୍ରମ 

Sunil Chandra Nayak

Leave a Comment

error: Content is protected !!