ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଥ ସଂଶୋଧନ ନେଇ ନର୍ଲା ବ୍ଲକରେ ବୈଠକ

ବୁଥ ସଂଶୋଧନ ନେଇ ନର୍ଲା ବ୍ଲକରେ ବୈଠକ

ନର୍ଲା: ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ବୁଥ ସଂଶୋଧନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବୈଠକରେ ନର୍ଲା ତହସିଲଦାର ବିଭୁପ୍ରସାଦ ସିଂ ଓ ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ ମଞ୍ଚାସୀନ ଥିଲେ। ନିର୍ବାଚନ ପ୍ରକ୍ରୀୟାରେ ସାମିଲ ଥିବା ନର୍ଲା ବିଏଲଓ ସୁନୀତା ପଣ୍ଡା, ଉଲିସିର୍କା ବିଏଲଓ ନେପାଳ ସାହୁ, ବିଏଲଓ ସୁପର ଭାଇଜର କ୍ଷୀରସିନ୍ଧୁ ବାଗ, ଫିରୋଜ ପଧାନ ପ୍ରମୁଖ ଉପସ୍ଥିତ ରହି ବୁଥ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ, ସଦସ୍ୟ ବିକାଶ ଦତ୍ତା, ଲକ୍ଷ୍ମଣ ଦୀପ, ସେହିଭଳି ବିଜେଡି ଦଳ ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ ଓ ନର୍ଲା ପଞ୍ଚାୟତ ସଭାପତି କିଶୋର ମାଝୀ, କଂଗ୍ରେସ ଦଳ ତରଫରୁ ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ସିପିଆଇଏମଏଲ ପାର୍ଟିର ଜିଲ୍ଲା ସମ୍ପାଦକ କେଶବ ପଧାନ, ବହୁଜନ ସମାଜ ପାର୍ଟି ତରଫରୁ ଦୁର୍ଯ୍ୟୋଧନ କୁମାର ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନର୍ଲା ବ୍ଲକ ମଧ୍ୟରେ ରହିଥିବା ୧୨୦ ଗୋଟି ବୁଥ ମଧ୍ୟରୁ ୧୧୦୦ ରୁ ଉର୍ଦ୍ଧ୍ୱ ଭୋଟର୍ସ ରହିଥିବା ୨୪ ଗୋଟି ବୁଥର ବିଭାଜନ ବିଷୟ ଏଥିରେ ଆଲୋଚିତ ହୋଇଥିଲା। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ  କଲିକତାରୁ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ କାର୍ଯ୍ୟକ୍ରମରେ ଯୋଡ଼ିହେଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା

masiha

ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!