ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ଦ୍ଵିତୀୟ ଅଭିଭାବକ , ଶିକ୍ଷକ ବୈଠକ 

ବିଦ୍ୟାଳୟରେ ଦ୍ଵିତୀୟ ଅଭିଭାବକ , ଶିକ୍ଷକ ବୈଠକ 

କାମାକ୍ଷାନଗର (ମନିସ)2/8/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଶ୍ରୀରାମ ରାଉତଙ୍କ ସଭାପତିତ୍ୱ ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୫-୨୬ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ ଶିକ୍ଷକ /ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇବା ସହ ସରକାରଙ୍କଦ୍ଵାରା ପ୍ରଦତ୍ତ ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ସମସ୍ତ ଙ୍କ ପ୍ରୟାସରେ ବିଦ୍ୟାଳୟ ବାହାରେ ଥିବା ପିଲାମାନେ କିପରି ବିଦ୍ୟାଳୟ କୁ ଆସି ପାଠ ପଢିପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା। ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ତଥା ବାଳିକା ମାନଙ୍କ ସୁରକ୍ଷା ତଥା ନିରାପତ୍ତା , ମାଆ ଙ୍କ ପାଇଁ ଗଛଟିଏ , ସ୍ୱଚ୍ଛତା ପକ୍ଷ , ସୁରଭି , ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ , ଜୋତା ପ୍ରଦାନ , ଛାତ୍ରଛାତ୍ରୀ ମାନଙ୍କ କ୍ୟାରିୟର ଗଠନ , ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କ ପାଇଁ ସୁବିଧା ଆଦି ବିଷୟରେ ଆଲୋକପାତ କାରାଯାଇଥିଲା । ଅଭିଭାବକ ମାନେ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନ ମୂଳକ ପ୍ରସ୍ତାବ ପ୍ରଦାନ କରିଥିଲେ । ଶିକ୍ଷକ ସୁରେଶ କୁମାର ବିଶ୍ବାଳ, ଧ୍ରୁବଚରଣ ସୁନ୍ଦରାୟ, ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ନିରଞ୍ଜନ ସାହୁ ,କବିତା ରାଉତ , ଶିକ୍ଷା କର୍ମଚାରୀ ଗିରୀଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ओटीटी प्लेटफॉर्म की सामग्री पर सख्त नियंत्रण की मांग अखिल भारतीय साहित्य परिषद द्वारा सांस्कृतिक गौरव की रक्षा के लिए आवाज बुलंद

Sunil Chandra Nayak

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

Sunil Chandra Nayak

ଜଙ୍ଗଲ, ଜନ୍ତୁ ଓ ଜନତାଙ୍କୁ ପ୍ରାଥମିକତା ଦିଆଯିବ  ମସ୍କାଗୁଡାଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!