ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ରେଡକ୍ରସ୍ ତରଫରୁ ଜିଲ୍ଲା ସ୍ତରୀୟ ପ୍ରାଥମିକ ସହାୟତା ଓ ନିଶାମୁକ୍ତ ଅଭିଯାନ ଶିବିର ଉଦଯାପିତ

ଯୁବ ରେଡକ୍ରସ୍ ତରଫରୁ ଜିଲ୍ଲା ସ୍ତରୀୟ ପ୍ରାଥମିକ ସହାୟତା ଓ ନିଶାମୁକ୍ତ ଅଭିଯାନ ଶିବିର ଉଦଯାପିତ

ପ୍ରାଥମିକ ଉପଚାର ତାଲିମ ଯୁବ ସମାଜକୁ ସମାଜ ସେବା ପାଇଁ ଜାଗ୍ରତ କରିଥାଏ….

 ଧର୍ମଗଡ଼ :ସ୍ଥାନୀୟ ପଞ୍ଚାୟତ ମହା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଦ୍ଵି – ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ପ୍ରାଥମିକ ସହାୟତା ଓ ନିଶାମୁକ୍ତ ଅଭିଯାନ ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ . ଜଗନ୍ନାଥ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ମନୀଷା ମିଶ୍ର , ସମ୍ମାନିତ ଅତିଥି ଭାବେ ରାଜ୍ୟ କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ,ମୁଖ୍ୟବକ୍ତା ଭାବେ ଜିଲ୍ଲା ଆବାହକ ସଂପାଦକ ସଞ୍ଜିବ କୁମାର ସାହୁ,ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା,ପ୍ରଶିକ୍ଷକ ସୁରେନ୍ଦ୍ର ନାଥ ସାମଲ,ବରିଷ୍ଠ ଯୁବ ରେଡକ୍ରସ ପରାମର୍ଶଦାତା ସରୋଜ କୁମାର ପଣ୍ତା, ସମାଜସେବୀ ବିବେକ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଯୁବ ରେଡକ୍ରସ ସ୍ବେଚ୍ଛାସେବୀମାନଙ୍କ ପାଇଁ ଆୟୋଜିତ ଏହି ପ୍ରାଥମିକ ସହାୟତା ଓ ନିଶାମୁକ୍ତ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁସ୍ଥ ଜୀବନ ଶୈଳୀ ଶିକ୍ଷା କରିବା ସହ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣାରେ ପ୍ରାଥମିକ ସହାୟତା ପ୍ରଦାନ କରି ବହୁ ଅମୂଲ୍ୟ ଜୀବନ ବଞ୍ଚାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ପରାମର୍ଶ ଦାତା ଡ. ରାଜେଶ ସାହୁ ଅତିଥି ପରିଚୟ ପ୍ରଦାନ,ସଂଜୀବ କୁମାର ମୁଣ୍ଡ ମଞ୍ଚ ପରିଚାଳନା ଓ ପରାମର୍ଶଦାତା ସଚିନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଅଲେଖ ଭୋଇ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ମାଷ୍ଟର ପ୍ରଶିକ୍ଷକ ଭାବେ ଲକ୍ଷ୍ମଣ ସ୍ୱାଇଁ , ଶାନ୍ତନୁ କୁମାର ପରିଡ଼ା ଓ ସୁରେନ୍ଦ୍ର ନାଥ ସାମଲ, ପ୍ରାଥମିକ ସହାୟତା ବିଷୟରେ ଶିକ୍ଷା ତଥା ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମୋହନ ଚରଣ ବିଶି, ସୁଧୀର କୁମାର ପଣ୍ତା , ଭବାନୀ ଶଙ୍କର ପଣ୍ତା, ଡ. ନୃସିଂହାନନ୍ଦ ସାସମଲ , ଏସ ସାଇନି ଦେବ, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ଧିରଜ ନାଏକ, ତନୁଜ ନାଗ, ତାପସ ଭୋଇ, ରାଜେନ୍ଦ୍ର ନାଗ, ମାନସ ରଞ୍ଜନ ନାଏକ, ଚନ୍ଦନ ମେହେର, ସୁଚରିତା ଜେନା, ନିବେଦିତା ଡାକୁଆ, ରଜନୀ ନାଏକ, ଅସିତ ସେଠୀ ,ଖୋବେଦ୍ର ପୁଝାରୀ , ସଂଗ୍ରାମ କେଶରୀ ବିହାରୀ, ଅନୁର୍ଯ୍ୟ ରାଉତ, ପଦ୍ମତଲା ଦେଇ ରମା ଦେଇ ପ୍ରମୁଖ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କିଛି ଦିନ ତଳେ ଆସିଥିବା ପୁରୁଣା ଆମ୍ବୁଲାନ୍ସ ରୋଗୀକୁ ଆଣିବା ପାଇଁ ଯାଉଥିବା ବେଳେ  ସର୍ଟସର୍କିଟ ରେ ଜଳିଲା , ଅପେକ୍ଷା କରି ରୋଗୀ ଶେଷ ନିଶ୍ବାସ ତ୍ୟାଗ କଲେ 

ସାଇନିଂ ୱାର୍ଲଡ଼ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ

masiha

Incessant Rains Wreak Havoc in Rayagada, Rail and Road Links Hit

Sunil Chandra Nayak

Leave a Comment

error: Content is protected !!