ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

ପୁରୀ (୨୪/୪) : ଜୟ ଶ୍ରୀଜଗନ୍ନାଥ ! ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନରେ ଆଜି ଅଧିକ ଭାବନାପୂର୍ଣ୍ଣ ଓ ଏକତାମୟ ଚିତ୍ର ପ୍ରଦର୍ଶନ କରିଥିଲା। ପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା। ପଥେ ପଥେ “ଜୟ ଜଗନ୍ନାଥ” ଧ୍ୱନି ଓ ଭକ୍ତିଭାବରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ପୂର୍ବପରି ଦର୍ଶନ ବ୍ୟବସ୍ଥା ପାଇଁ ଦାବି ଜୋରଦାର ଭାବେ ଉଠିଥିଲା। 

ଏହି ପଦଯାତ୍ରା ପୁରୀ ସହର ଓ ସଦରବାସୀଙ୍କ ମନରେ ଥିବା ଶ୍ରୀଜଗନ୍ନାଥ ପ୍ରତି ଅତ୍ୟୁଟ ଭକ୍ତି ଓ ସ୍ୱାଭାବିକ ଅଧିକାରର ଏକ ସଂଯୁକ୍ତ ପ୍ରତୀକ ଭାବେ ପରିଣତ ହୋଇଥିଲା। ଆଜିର ଏହି ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର,ହରିଶଙ୍କର ମିଶ୍ର , ବିଜୟ ମିଶ୍ର, ଜୁପିଟର ଦାସ, ସରସ୍ୱତୀ ପାତ୍ର, ବିଶ୍ୱନାଥ ମିଶ୍ର,ସୂର୍ଯ୍ୟ ରଥ,ପ୍ରକାଶ ଚନ୍ଦ୍ର ନାୟକ ,ସନ୍ତୋଷେ ସେନାପତି, ନିହାରିକା ତ୍ରିପାଠି , କିଶୋର ଚନ୍ଦ୍ର ଦାସ,ମିନାକ୍ଷୀ ଦାସ,ଅରୁଣା ପଟ୍ଟନାୟକ, ପ୍ରଣତୀ ରାୟ,ମନୋଜ ସାମଲ, ବାସୁଦେବ ଲେଙ୍କା,ଜଗନ୍ନାଥ ମହାନ୍ତି, ଯାଦବା ନନ୍ଦ ରାୟ, ରାଜା ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଆମୂଲ୍ୟ ଦାସ,ସତ୍ୟନାରାୟଣ ସାହୁ ଓ କଳ୍ପନା ମୁଦୁଲି ପ୍ରମୁଖ ଭାଗନେଇଥିଲେ। ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଶକ୍ତିଶାଳୀ କରିଥିଲା। 

ପଦଯାତ୍ରାର ସଂଯୋଜନା ଆବାହକ ସ୍ଵାଧୀନ କୁମାର ପଣ୍ଡା କରିଥିଲେ। ସେ କହିଥିଲେ ଯେ, ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ଦର୍ଶନ ଅଧିକାର ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଅବିରତ ଚାଲିଥିବ। ଭକ୍ତି ଓ ଅଧିକାରର ଏହି ଯାତ୍ରା ପୁରୀ ସହର ସଦରବାସୀଙ୍କ ମନୋଭାବକୁ ଏକତ୍ର କରିବା ସହିତ ନ୍ୟାୟସଙ୍ଗତ ଦାବି ପ୍ରତି ସମର୍ଥନକୁ ଆହୁରି ମଜବୁତ କରିଛି।

Related posts

ନାମକୁ ମାତ୍ର ଚାଲିଛି ବନ୍ଧୁଗାଁ ବ୍ଲକର ପ୍ରତି ପଞ୍ଚାୟତର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ନିହାର ପାଣିଗ୍ରାହୀ ତେନ୍ତୁଳିଖୁଣ୍ଟି ବ୍ଲକ ଟପ୍ପର ,ବ୍ଳକର 20 ଟି ହାଇସ୍କୁଲ ର 1310 ରୁ 1287 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

masiha

ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବୀ 

masiha

Leave a Comment

error: Content is protected !!