ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟ ପ୍ରଜ୍ଞା ଉତ୍ସବ ୨୦୨୬: ମନ ମୋହିଲା ଲକି ପ୍ରଜ୍ଞାଙ୍କ ଚିତାକର୍ଷକ ପ୍ରଦର୍ଶନ 

ନୃତ୍ୟ ପ୍ରଜ୍ଞା ଉତ୍ସବ ୨୦୨୬: ମନ ମୋହିଲା ଲକି ପ୍ରଜ୍ଞାଙ୍କ ଚିତାକର୍ଷକ ପ୍ରଦର୍ଶନ 

ଭୁବନେଶ୍ୱର,(ଲିପିକା ରାଣୀ ରାଉତ)୨୨/୪ :ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରଜ୍ଞା ଉତ୍ସବ ୨୦୨୬ ଏପ୍ରିଲ ୨୪ ତାରିଖରେ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ଏହି ନୃତ୍ୟ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡ଼କ୍ଟର ଶ୍ୟାମାମଣି ଦେବୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ଓଡିଶା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ସୁଧାକର ବର୍ଗୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦେଶକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ଉଡାନ ଫାଉଣ୍ଡେସନର ଅଧ୍ୟକ୍ଷ ହିମାଂଶୁ ଶେଖର ନାୟକ, ଆକାଶବାଣୀ ଓ ଦୂରଦର୍ଶନର ପୂର୍ବତନ ନିର୍ଦେଶକ ଡ଼କ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଓଡିଶୀ ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ରୋଟାରୀ ଇଣ୍ଟରନ୍ୟାସନାଲର ପୂର୍ବତନ ସଭାପତି ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନାଲି ରଥ ଓ ଓରେଡାର କମ୍ପାନୀ ସଚିବ ଜିତେନ୍ଦ୍ରିୟ ମହାନ୍ତି ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଡ଼କ୍ଟର କୁମ୍‌କୁମ୍ ମହାନ୍ତିଙ୍କ ସହ ନବପ୍ରତିଭା, ପୁରୀ; ଗୀତଗୋବିନ୍ଦ ଚାରିଟେବଲ ଟ୍ରଷ୍ଟ; ନୃତ୍ୟ ପ୍ରଜ୍ଞା ଚାରିଟେବଲ ଟ୍ରଷ୍ଟ, କଟକ; ଓ ଆରାଧନା ନୃତ୍ୟ ଏକାଡେମୀ, ଭୁବନେଶ୍ୱରର କଳାକାରମାନେ ଅଂଶଗ୍ରହଣ କରି ଓଡିଶୀ, ଦେବଦାସୀ ଓ ଗୋଟିପୁଆ ନୃତ୍ୟ ପ୍ରଦର୍ଶନ କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦର୍ଶକ ଯୋଗଦେଇ ଏହି ପାରମ୍ପରିକ ନୃତ୍ୟଶୈଳୀମାନଙ୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ। ନୃତ୍ୟ ପ୍ରଜ୍ଞା ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି ଓ ସଚିବ ସସ୍ମିତା ପରିଡା ଧନ୍ୟବାଦ ଅପର୍ଣ କରିଥିଲେ। ଏହି କାର୍ଯ୍ୟକ୍ରମେର ପଦ୍ମଶ୍ରୀ ଡ଼କ୍ଟର କୁମକୁମ ମହାନ୍ତିଙ୍କୁ ପ୍ରଥମ ନୃତ୍ୟପ୍ରଜ୍ଞା ସମାନ ୨୦୨୬ ପ୍ରଦାନ କରାଯାଇଥିଲା।

Related posts

ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଚାଲୁଥିବା ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନର ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ପୁନଃ ଠିଆ ହେବା ପାଇଁ  ରେଳମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚକ୍ରଧରଧରପୁର ରେଳମଣ୍ଡଳ ପ୍ରଵନ୍ଧକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଅନିର୍ଦ୍ଦିଷ୍ଟ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ -୨୦୨୫ ପାଳିତ

masiha

Leave a Comment

error: Content is protected !!