ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବେ ପ୍ରତିବନ୍ଧକ ବିଶ୍ବବିଦ୍ୟାଳୟରେ ରୁପାନ୍ତରିତ ହେଇଛି 

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବେ ପ୍ରତିବନ୍ଧକ ବିଶ୍ବବିଦ୍ୟାଳୟରେ ରୁପାନ୍ତରିତ ହେଇଛି 

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା ସମାଧାନ ନ ହେଉଥିବା ବେଳେ ଏବେ ଦିନକୁ ଦିନ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ହଷ୍ଟେଲରେ ନିମ୍ନମାନ ଖାଦ୍ୟ ତ କେବେ କେବେ ଜଳର ସଂକଟ ଦେଖାଦେଉଛି । ତାହା ଆଜିଯାଏଁ ଦୂର କରିପାରିଲେନି । ଏବେ ପୁରୁଷ ହଷ୍ଟେଲ ଅଧିବାସୀ ଛାତ୍ର ମାନେ ପୁଣି ଉତ୍କ୍ଷିପ୍ତ ହେଇଛନ୍ତି । କିଛିଦିନ ହେଲା ବିଶ୍ବବିଦ୍ୟାଳୟର ପୁରୁଷ ହଷ୍ଟେଲ ଚାରିପାଖ ପ୍ରାଚୀର ନିର୍ମାଣ ଚାଲିଥିବା ବେଳେ ଏବେ ହଷ୍ଟେଲକୁ ଯିବା ଆସିବାର ସମସ୍ତ ରାସ୍ତା ବନ୍ଦ କରି ଗୋଟିଏ ଗେଟ ଦିଆଯାଉଥିବାରୁ ଅନ୍ଯ ହଷ୍ଟେଲର ମାନଙ୍କୁ ବୁଲାଣୀ ପଡିବା ସହ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡୁଛି ବୋଲି ରୁଷିକୂଲ୍ଯା ହଷ୍ଟେଲର ସାଧାରଣ ସଂପାଦକ ବାଲ୍ମୀକି ସେଠୀ ଅଭିଯୋଗ ଆଣିଛନ୍ତି । ରୁଷିକୂଲ୍ଯା ହଷ୍ଟେଲ ନିକଟରେ କାମ ଆରମ୍ଭରୁ ଏକ ଗେଟ ପାଇଁ ଦାବି ହେଉଥିବା ବେଳେ ତାହାକୁ ମଧ୍ଯ ଏବେ ବନ୍ଦ କରି ଦିଆଯାଉଥିବାରୁ । ଏବେ ଛାତ୍ରଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଯାହା ଫଳରେ ଅଭିଯୋଗ ନେଇ ଛାତ୍ର ମାନେ ୱାର୍ଡେନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଲିଖିତ ଅଭିଯୋଗ ମଧ୍ଯ ଦେଇଛନ୍ତି । ଏବଂ ଏହା ସହ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ବିଭିନ୍ନ ସମୟରେ ସାସ୍କୃତିକ କାର୍ଯ୍ୟକ୍ରମ ହୁଏ ଏବଂ ଏଥିରେ ଛାତ୍ରଛାତ୍ରୀ ଉପଭୋଗ କରିବା ସହ ବିଭିନ୍ନ କଳା ସାହିତ୍ୟ ସଙ୍ଗୀତ ନାଟକ ପରିବେଷଣ କରିଥାନ୍ତି। ତେବେ ଗୁରୁବାର ଗୃହ ବିଜ୍ଞାନ ବିଭାଗର ସଂଧ୍ୟାକାଳିନ ଆୟୋଜିତ ହେବାକୁ ଥିବା ଏକ ସଂସ୍କୃତିକ କାର୍ଯ୍ୟକ୍ରମକୁ ଗାର୍ଲସ ହଷ୍ଟେଲର ଛାତ୍ରୀଙ୍କୁ ଯିବା ପାଇଁ ୱାର୍ଡେନ ସଂପୂର୍ଣ୍ଣ ନିଷିଦ୍ଧ କରିଥିଲେ ।ଏବଂ ଗେଟରେ ମଧ୍ଯ ସିକ୍ୟୁରିଟି ଛାତ୍ରୀ ମାନଙ୍କୁ ଯିବାକୁ ଦେଇନଥିଲେ । ଯାହା ଫଳରେ ଗେଟରେ ଉତେଜନା ସୃଷ୍ଟି ହେଇଥିଲା । ଏବଂ ୱାଡେନ୍ ଭିସିଙ୍କ ନିର୍ଦ୍ଦେଶ କହି ଖସିଯିବାକୁ ଚେଷ୍ଟା କରିଥିଲେ ।

ଛାତ୍ରନେତା ଇଜୁ ଆମିନ ଖାନଙ୍କ ଦାବି ଯେ ଭିସି ବିଶ୍ବବିଦ୍ୟାଳୟରେ କିଭଳି ଶୈକ୍ଷିକ ବାତାବରଣ ରହିବ , ସାମନ୍ଯ ମୌଳିକ ସୁବିଧାସୁଯୋଗ ପାଇପାରିବେ ତାହାକୁ ଧ୍ୟାନ ନଦେଇ ଛାତ୍ରଛାତ୍ରୀଙ୍କ ଦମନ କରିବା ସେମାନଙ୍କ ଭିତରେ ଭୟ ସଞ୍ଚାରିତ କରିବା ତାଙ୍କର ମୂଖ୍ଯ କର୍ତବ୍ଯ ପାଲଟିଯାଇଛି ।ଏଭଳି ଯଦି ବ୍ୟବହାର ବିଶ୍ବବିଦ୍ୟାଳୟର ଲାଗିରହିବ ଛାତ୍ରୀଙ୍କୁ କାର୍ଯ୍ୟକ୍ରମ ଉପଭୋଗରେ ନିଷିଦ୍ଧ କରାଯିବା ବିଭିନ୍ନ ମୌଳିକ ଦାବିକୁ କର୍ଣ୍ଣପାତ ନକରାଯିବ ତେବେ ଆଗାମୀଦିନରେ ପ୍ରତିବାଦ ସହ ବ୍ଯାପକ ଛାତ୍ର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

Related posts

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ,  ପରୀକ୍ଷା ଦେଲେ ୧୭୩ ଜଣ ଛାତ୍ରଛାତ୍ରୀ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ରକ୍ତଦାନ ଶିବିର

masiha

ଅନ୍ଵେଷା ର ୧୦୪ ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

Leave a Comment

error: Content is protected !!