ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାମ୍ବାଦିକ ମୟୂରଭଞ୍ଜ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ; ସ୍ୱାସ୍ଥ୍ୟବୀମା ରାଶିକୁ ୧୦ଲକ୍ଷ ଟଙ୍କା ବୃଦ୍ଧି କରାଯାଉ ଓ ୧୫ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ 

ଉତ୍କଳ ସାମ୍ବାଦିକ ମୟୂରଭଞ୍ଜ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ; ସ୍ୱାସ୍ଥ୍ୟବୀମା ରାଶିକୁ ୧୦ଲକ୍ଷ ଟଙ୍କା ବୃଦ୍ଧି କରାଯାଉ ଓ ୧୫ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ 

ମୟୂରଭଂଜ – ୨୯/୦୭ –;: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହିଲେ ସାମ୍ବାଦିକ ମାନଙ୍କୁ ବୁଝାଏ । ଦେଶର ବିକାଶ ଦିଗରେ ସାମ୍ବାଦିକଙ୍କ ଅବଦାନ ଅତୁଳନୀୟ ଅଟେ। ସମାଜରେ ଲୋକଙ୍କୁ ଦିଗଦର୍ଶନ ଦେବା ସହ ଅନେକ କ୍ଷେତ୍ରରେ ଘଟୁଥିବା ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ସଚେତନ କରୁଥିବା ସାମ୍ବାଦିକ ଆଜି ଅସୁରକ୍ଷିତ। ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଜୀବନରୁ ମାରିଦେବା ଭଳି ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଥିବାବେଳେ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ସଜାଗ ହେଉ ନଥିବା ଅତି ଦୁଃଖର ବିଷୟ। ଅନ୍ୟ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶାର ସାମ୍ବାଦିକ ମାନଙ୍କୁ ବର୍ଷ ବର୍ଷ ଧରି ଅଣଦେଖା କରି ଆସୁଛନ୍ତି ସରକାର। ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ସରକାରଙ୍କୁ ଅନେକ ଦାବି ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଆଜି ସାରା ଓଡ଼ିଶା ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନ, ପେନସନ ଓ ବିଭିନ୍ନ ଦାବି ନେଇ ସରକାରଙ୍କ ଦ୍ୱାରସ୍ଥ ହୋଇଛି ଉତ୍କଳ ସାମ୍ବାଦିକ ସଂଘ। ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଶାଖା ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମ୍ବାଦିକ ସମର୍ଥନ ଜଣାଇଥିଲେ। ଆସନ୍ତା ୨୦୨୫-୨୬ ବର୍ଷ ପାଇଁ ଗୋପାବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ନବୀକରଣ ନିମିତ୍ତ ପ୍ରକିୟା ଆରମ୍ଭ ହେବାକୁ ଯାଉଛି। ପ୍ରକାଶଯୋଗ୍ୟ ଯେ ଉକ୍ତ ଯୋଜନାରେ ପ୍ରତିବର୍ଷ ହାରାହାରି ୬୦୦ରୁ ଉର୍ଦ୍ଧ୍ୱ ହିତାଧ୍ୟାକାରୀ ଉପକୃତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଅଧିକ ହିତାଧିକାରୀମୂଖୀ କରିବା ପାଇଁ ସାମ୍ବାଦିକଙ୍କ ପିତାମାତା ଓ ୨୫ବର୍ଷରୁ ଉର୍ଦ୍ଧ ଅବିବାହିତ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ଯୋଜନା ଅନ୍ତର୍ଭୁକ୍ତ କରାଯାଇ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ୧୦ଲକ୍ଷକୁ ବୃଦ୍ଧି କରାଯିବା ସହ ଆୟୁଷ୍ମାନ ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ବାଦ ଦିଆଯିବା ନିଷ୍ପତ୍ତିର ପୁନର୍ବିଚାର କରି ଶ୍ରୀମନ୍ଦିର ସେବାୟତଙ୍କ ଢାଞ୍ଚାରେ ସାମ୍ବାଦିକଙ୍କ କଲ୍ୟାଣାର୍ଥେ ଉଭୟ ଯୋଜନାର (ଆୟୁଷ୍ମାନ୍ ଭାରତ ଏବଂ ଗୋପାବନ୍ଧୁ ସ୍ୱାସ୍ଥ୍ୟ ବୀମା) ସୁବିଧା ଉପଲବ୍ଧ ରହୁ। ଅନ୍ୟପକ୍ଷରେ ଦେଶର ୧୮ଗୋଟି ରାଜ୍ୟ ଭଳି ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମାସିକ ଅନ୍ୟୁନ ୧୫ହଜାର ଟଙ୍କା ପେନସନ ପ୍ରଦାନ ସହ ବୃତ୍ତିଗତ ସୁରକ୍ଷା ପ୍ରଦାନାର୍ଥେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ। ଅତଏବ ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ପରୀପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଉପସ୍ଥାପିତ ଉପରୋକ୍ତ ବିଷୟରେ ସହୃଦୟତା ପୂର୍ବକ ବିଚାର କରି,ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଢ଼ତା ଦେବାରେ ଆପଣ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛି ସଂଘ। ଦାବି ଉପସ୍ଥାପନ ସମୟରେ ସାମ୍ବାଦିକ ଦୋଳଗୋବିନ୍ଦ ବାରିକ, ଲକି ଜେନା, ଦିନେଶ ସେଠୀ, ଭକ୍ତି ପଣ୍ଡା, ରାଜ କିଶୋର ବାରିକ, ଲଳିତ ବାରିକ, ସୁମିତ ନାଏକ ଓ ଚାନ୍ଦରାଇ ହାଁସଦା ପ୍ରମୁଖଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

World Telecommunication and Information Society Day was observed 

ମାରୱାଡି ସମାଜର ନୂତନ କମିଟି ଗଠିତ

masiha

Leave a Comment

error: Content is protected !!