ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପ୍ରଦାନ

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପ୍ରଦାନ

ଢେଙ୍କାନାଳ(ମ ସୀ ହା)୨୫/୦୨_ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ଗ୍ରହଣ କରିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଶ୍ରେଷ୍ଠ ମାଧ୍ୟମିକ ବିଦ୍ୟାଳୟ ଭାବରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ଆଲୁମିନି କମିଟି ପୁରସ୍କାର ଆଲୁମିନି ଆସୋସିଏସନ୍ ର ସଭାପତି ଅବସରପ୍ରାପ୍ତ ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ପକ୍ଷରୁ ୧୯୮୦ ବ୍ୟାଚ୍ ଆଲୁମିନି ଇଂ.ସୂର୍ଯ୍ୟ ନାରାୟଣ ମିଶ୍ର ଏକ ଲକ୍ଷ ଟଙ୍କାର ଅର୍ଥରାଶି ଓ ମେମେଣ୍ଟୋ,ବିଜ୍ଞାନ ବିଭାଗରେ ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ଓ ମାଧ୍ୟମିକ ସାଧାରଣ ବିଜ୍ଞାନ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ବରିଷ୍ଠ ଶିକ୍ଷକ,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳର ଜିଲ୍ଲା ସଂଯୋଜକ,ତଥା ୧୯୮୦ ବ୍ୟାଚ୍ ଆଲୁମିନି ଡା.ଦେବୀ ପ୍ରସାଦ ମିଶ୍ର ପଚିଶ ହଜାର ଟଙ୍କାର ଅର୍ଥରାଶି ଓ ମେମେଣ୍ଟୋ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଛାତ୍ରୀ -ଛାତ୍ର ଏକାଡେମିକ୍ ପୁରସ୍କାର ୨୦୨୩ ବ୍ୟାଚ୍ ପ୍ରାକ୍ତନ କୃତୀ ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ଶୁଭସ୍ମିତା ସାହୁ,ସ୍ମୃତି ସୁମନ ସାହୁ ଓ ଦିବ୍ୟଜ୍ୟୋତି ମହାରଣା ପ୍ରତ୍ୟେକ ପଚାଶ ହଜାର ଲେଖାଏଁ ମୋଟ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥରାଶି ଓ ମେମେଣ୍ଟୋ ରାଜ୍ୟ ସ୍ତରୀୟ ମେଧା ବୃତ୍ତି ସମ୍ମାନ ଓ ସମସ୍ତେ ମିଶି ସର୍ବମୋଟ ଦୁଇ ଲକ୍ଷ ପଞ୍ଚସ୍ତରୀ ହଜାର ଟଙ୍କାର ଅର୍ଥରାଶି ଓ ପାଞ୍ଚ ଗୋଟି ମେମେଣ୍ଟୋ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ଭାବରେ ଲାଭକରି ଏହି ବିଦ୍ୟାଳୟ ଓ ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ବି.ବି.ହାଇସ୍କୁଲ,ଢେଙ୍କାନାଳକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସଦର ବ୍ଲକ୍ ସ୍ତରୀୟ ମାଧ୍ୟମିକ ସ୍କୁଲ ଅୱାର୍ଡ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଢେଙ୍କାନାଳ ସଦର ବ୍ଲକ୍ ୨୦୨୩ ବ୍ୟାଚ୍ ର ପ୍ରାକ୍ତନ ଛାତ୍ରୀ ସୌମ୍ୟାଶ୍ରୀ ପଟ୍ଟନାୟକ ଓ ପ୍ରାକ୍ତନ ଛାତ୍ର ହୃଦାନନ୍ଦ ଦାସ ଛାତ୍ରୀ-ଛାତ୍ର ଲିଡରସିପ୍ ଅୱାର୍ଡ ପ୍ରଦାନ କରାଯାଇଛି। ସେହିପରି ବ୍ଲକ୍ ସ୍ତରରେ ସ୍ୱୟଂଶୁ ଶୁଭଦର୍ଶିନୀ ଧଳ,ପ୍ରେମ ସ୍ଵରୂପ ପଣ୍ଡା, ସୌମେଶ ସାହୁ,ପ୍ରୀତମ ପ୍ରିୟଂକର ବରାଳ,ବାସନ୍ତୀ ସାମନ୍ତରାୟ ଓ ସ୍ମିତାଶ୍ରୀ ଦେହୁରୀଙ୍କୁ ଢେଙ୍କାନାଳ ଛାତ୍ରୀ -ଛାତ୍ର ଏକାଡେମିକ୍ ଅୱାର୍ଡ ପ୍ରଦାନ କରାଯାଇଛି। ପ୍ରଚାର ହେବା ପରେ ଆମ ଅଂଚଳରେ ଓ ବିଦ୍ୟାଳୟପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଅନୁଷ୍ଠାନର ଶିକ୍ଷୟିତ୍ରୀ, ଶିକ୍ଷକ,ପ୍ରାକ୍ତନ ଛାତ୍ରୀ ଛାତ୍ରମାନେ ନିଷ୍ଠାପର ଭାବେ ମଣିଷ ତିଆରି କାରଖାନାର ଜଣେ ଜଣେ ଯନ୍ତ୍ରୀ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଭିନ୍ନ ବ୍ୟାଚ୍ ର ପ୍ରାକ୍ତନ ଛାତ୍ରୀ ଛାତ୍ର,ପ୍ରାକ୍ତନ ଛାତ୍ର ତଥା ପରିବେଶ ପ୍ରେମୀ ଅକ୍ଷୟ କୁମାର ଜେନା,ଢେଙ୍କାନାଳ ତଥା ଓଡ଼ିଶାର ସଂସ୍କୃତି ତଥା ଲୋକକଳା ସଂଘର ଉପସଭାପତି ଅବନୀ ମିଶ୍ର,ଶିବସାଇ ମହାପାତ୍ର, ଶୁଭ୍ରାଂଶୁ ଶତପଥୀ,ପ୍ରାକ୍ତନ ଅବସରପ୍ରାପ୍ତ ଓ ବର୍ତ୍ତମାନ କାର୍ଯ୍ୟରତ ବରିଷ୍ଠ ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ଶିକ୍ଷକ କିଶୋର ଚନ୍ଦ୍ର ସାମଲଙ୍କ ସମେତ ଛାତ୍ରୀ,ଛାତ୍ର,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ବୃନ୍ଦଙ୍କ ମିଳିତ ମାର୍ଗଦର୍ଶନ,ଅକ୍ଲାନ୍ତ ଉଦ୍ୟମରେ ଏହି ସମ୍ମାନଜନକ ପୁରସ୍କାର ହାସଲ ହୋଇପାରିଛି। ଏହି ଅବସରରେ ମାନ୍ୟବର ଢେଙ୍କାନାଳ ଜିଲ୍ଲା ପରିଷଦର ଚେୟାରମ୍ୟାନ ଅର୍ଚ୍ଚନା ପୁହାଣ, ମାନ୍ୟବର ଢେଙ୍କାନାଳ-ଅନୁଗୋଳ ସାଂସଦ ମହେଶ ସାହୁ, ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଶତାୟୁ,ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଉଭୟ ଅଶ୍ଵିନୀ କୁମାର ମିଶ୍ର,ଆଇ.ଏ.ଏସ୍. ଓ ଦୁର୍ଗା ପ୍ରସାଦ ମହାପାତ୍ର,ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ, ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ,ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ଜିଲ୍ଲା ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ତଥା ବର୍ତ୍ତମାନର ଭୁବନେଶ୍ୱରର ସ୍ପେଶାଲ ବ୍ରାଞ୍ଚ ଆରକ୍ଷୀ ଅଧିକ୍ଷକ, ଜ୍ଞାନ ରଞ୍ଜନ ମହାପାତ୍ର,ପରିବେଶବିତ୍ ପ୍ରଦ୍ୟୁମ୍ନ ରଥ,ପ୍ରାକ୍ତନ ଛାତ୍ର ତଥା ପରିବେଶ ପ୍ରେମୀ ଅକ୍ଷୟ କୁମାର ଜେନା, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସସ୍ମିତା ସାହୁ, ଶତାୟୁ,ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ଓ ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଢେଙ୍କାନାଳ ଜିଲ୍ଲା ପ୍ରାକ୍ତନ ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା, ଢେଙ୍କାନାଳ ତଥା ଓଡ଼ିଶାର ସଂସ୍କୃତି ତଥା ଲୋକକଳା ସଂଘର ଉପସଭାପତି ଅବନୀ ମିଶ୍ର,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ଶିବସାଇ ମହାପାତ୍ର,ଶୁଭ୍ରାଂଶୁ ଶତପଥୀ,ପ୍ରାକ୍ତନ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ସୁଭାଷ କୁମାର ନନ୍ଦ,କିଶୋର ଚନ୍ଦ୍ର ସାମଲ,ବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସଭାପତି ଅବସରପ୍ରାପ୍ତ ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବ୍ୟାଚ୍ ର ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,ଛାତ୍ରୀ ଛାତ୍ର,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମଚାରୀ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁଙ୍କ ସମେତ ସଦସ୍ୟା ସମସ୍ତ ସଦସ୍ୟ ବୃନ୍ଦ,ଅଭିଭାବିକା,ଅଭିଭାବକ ବୃନ୍ଦ,ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଭିନ୍ନ ବର୍ଗର ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷୟିତ୍ରୀ,ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ, ପୌରାଞ୍ଚଳର ଅଧିବାସୀ ବୃନ୍ଦଙ୍କ ସମେତ ଅନେକ ଶିକ୍ଷାପ୍ରେମୀ ଜନସାଧାରଣ,ବନ୍ଧୁ ବର୍ଗ ତଥା ଶୁଭେଚ୍ଛୁ ବିଦ୍ୟାଳୟର ଏହି ସଫଳତା ଓ ରାଜ୍ୟସ୍ତରୀୟ ସମ୍ମାନ ଗ୍ରହଣ ପାଇଁ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ପ୍ରାକ୍ତନ ଛାତ୍ରୀ-ଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ସେ ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡିଶା ସରକାର,ପ୍ରଧାନ ଶିକ୍ଷକ,ସ୍କୁଲ ପରିଚାଳନା ସମିତି,‘ମୋ’ ସ୍କୁଲ ଅଭିଯାନ’ ସମିତି,ପୌରାଞ୍ଚଳବାସୀ,ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗର ସମସ୍ତ ଅଧିକାରୀବୃନ୍ଦଙ୍କ ସମେତ ସମସ୍ତ ଶୁଭେଚ୍ଛୁ ବୃନ୍ଦଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମିଲର ଏଜେଣ୍ଟ ଓ ଏସଏଚଜି ଗ୍ରୁପ ର ମଧୁ ଚନ୍ଦ୍ରିକା ରେ ପେଶି ହଉଛନ୍ତି ଚାଷୀ !

Sunil Chandra Nayak

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ବଲାଙ୍ଗୀର ଦ୍ୱାରା ସମୀକ୍ଷା ବୈଠକ

masiha

ଯୁବ ବିଜ୍ଞାନ ଶିକ୍ଷକ ବିପ୍ଳବ ବେହେରାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!