ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ
ଡାବୁଗାଁ, ୨୫/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଳକ ଅଧୀନ ମେଦନା ପଞ୍ଚାୟତ ର ମେଦନା ଗ୍ରାମର ନର ମାଳି (୭୦) ଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ତେଣୁ ଚିକିତ୍ସା ଅଭାବରୁ ଦେଶୀ ଚିକିତ୍ସା ହିଁ ଭରସା ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଡ଼ାବୁଗାଁ ବ୍ଳକ ଅଧୀନ ମେଦନା ପଞ୍ଚାୟତ ର ମେଦନା ଗ୍ରାମର ନର ମାଳି ଙ୍କ ୬ ଜଣ ପରିବାର ସ୍ତ୍ରୀ ତୁଳସୀ ମାଳୀ ଆଉ ପୁଅ ବୋହୁ, ନାତୁଣୀ ଏଲିନା ଭିନ୍ନକ୍ଷମ, ଛୋଟ ନାତି କୁ ନେଇ ତାଙ୍କର ପରିବାର |ନର ମାଳୀ ଙ୍କୁ ୭୦ ବର୍ଷ ହୋଇଥିଲେ ମଧ୍ୟ ବିଭିନ୍ନ ଗ୍ରାମ କୁ ପ୍ରତିଦିନ ମୁଢ଼ି ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ଆଜକୁ ତିନି ମାସ ପୂର୍ବେ ତାଙ୍କ ପରିବାର ଉପରେ ଦୁଖଃ ର କଳା ବାଦଲ ମାଡି ଆସିଥିଲା | ପ୍ରାୟ ୩ ମାସ ତଳେ ପ୍ରତିଦିନ ଭଳି ବୃଦ୍ଧ ନର ଲାଞ୍ଜିଆଗୁଡା ଗ୍ରାମକୁ ମୁଡ଼ି ବିକ୍ରି କରିବା ନିମନ୍ତେ ଯାଉଥିବା ବେଳେ ହଠାତ ମୁଣ୍ଡ ବୁଲାଇ ସାଇକେଲ ରୁ ପଡି ଯାଇଥିଲେ | ସାଇକେଲରୁ ପଡି ଯିବାରୁ ତାଙ୍କର ଜଂଘରେ ଗଭୀର ଆଘାତ ହୋଇଥିଲା । ଚିକିତ୍ସିତ ହେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା | ଯାହା ଫଳରେ ପରିବାର ଲୋକେ ବୃଦ୍ଧଙ୍କୁ ଘରକୁ ଫେରାଇ ଆଣିଥିଲେ | ଘରେ ଆସି ଦେଶୀ ଚିକିତ୍ସା କରୁଛନ୍ତି । ଦେଶୀ ଚିକିତ୍ସା କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ନର ସୁସ୍ଥ ହେଉନାହାଁନ୍ତି | ତେଣୁ ନରଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ପୁଅ ମୁରଲୀ ଓ ପରିବାର ଲୋକେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି |