ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଣ୍ଡନ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଲା ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା “ଓଡିଶାର ସଂସ୍କୃତି ଓ ଐତିହ୍ୟ”

ଲଣ୍ଡନ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଲା ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା “ଓଡିଶାର ସଂସ୍କୃତି ଓ ଐତିହ୍ୟ”

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ. ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ “ଓଡିଶାର ଐତିହ୍ୟ ଓ ସଂସ୍କୃତି “ଶୀର୍ଷକ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା ଲଣ୍ଡନ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି l ଉକ୍ତ ମଡେଲ ଟି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଫୁଲବାଣୀ ଓ ସୋନପୁର ପାଞ୍ଚଟି ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଂଚଳ ଗୁଡଭେଲା ବ୍ଲକର ତେଲନଦୀର ପେନ୍ଦିମୁଣ୍ଡା ଘାଟରେ ମକରମେଳା ଅବସରରେ ୧୪ ଜାନୁଆରୀ ୨୦୨୪ ଠାରୁ ପ୍ରଦର୍ଶିତ ହୋଇ ୨୩ ଜାନୁଆରୀ ୨୦୨୪ ନେତାଜୀ ଜୟନ୍ତୀ ଦିନ ଉଦଯାପିତ ହୋଇଥିଲା l ଏହି ମଡେଲଟି ତିଆରି କରିବା ପାଇଁ ପ୍ରାୟ ଦଶ ହଜାର ଟନ ବାଲି ବ୍ୟବହୃତ ହୋଇଥିଲା ଓ ୧୫ ଦିନ ସମୟ ଲାଗିଥିଲା ଉକ୍ତ ମଡେଲଟିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, ଧଉଳି ଶାନ୍ତିସ୍ତୁପ, ମୁକ୍ତେଶ୍ଵର ମନ୍ଦିର, ରାଣିପୁର ଝରିଅଲର ଇନ୍ଦ୍ରଲାଟ ମନ୍ଦିର, ଚୌଷଠି ଯୋଗିନୀ ମନ୍ଦିର, ହରିଶଙ୍କର, ନୃସିଂହନାଥ ମନ୍ଦିର, କଳିଙ୍ଗ ଘୋଡା ସହ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ତଥା ଓଡିଶାର ମାନଚିତ୍ର ମଧ୍ୟରେ ଓଡ଼ିଶାର ବରପୁତ୍ର ସମୂହ ଯଥା- ବ୍ୟାସ କବି ଫକୀର ମୋହନ ସେନାପତି, ସ୍ଵଭାବକବି ଗଙ୍ଗାଧର ମେହେର, ଉତ୍କଳଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ, ସନ୍ଥକଵି ଭୀମ ଭୋଇ ଙ୍କ ପ୍ରତିକୃତି ସ୍ଥାନ ପାଇଥିଲା l ଶ୍ରୀ ସାହୁଙ୍କ ଦ୍ୱାରା ଉକ୍ତ ସ୍ଥାନରେ ୨୦୨୦ ମସିହା ରେ ନିର୍ମିତ “ଭାରତର ସଂସ୍କୃତି ଓ ଐତିହ୍ୟ” ଉପରେ ଆଧାରିତ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ଏସିଆ ବୁକ ଅଫ ରେକର୍ଡ ଓ ଏକ୍ସ୍ଲୁସିଭ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ବେଳେ ୨୦୨୩ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ନିର୍ମିତ ୩୬ ଫୁଟ ବିଶିଷ୍ଟ ବାଲୁକା କଳା କିଂଗ୍ସ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମହାବୀର କମ୍ପାନୀକୁ ଜୋରଦାର ବିରୋଧ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ଜଳ ଓ ପରିମଳ ବିଭାଗ ର ସଚେତନତା କର୍ମଶାଳା

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ସଙ୍କଳ୍ପ ସପ୍ତାହ ପାଳିତି

masiha

Leave a Comment

error: Content is protected !!