ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡ଼ି ଯୁବକର ମୃତ୍ୟୁ

ଡାବୁଗାଁ, ୨୯ /୬ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମାଝୀଗୁଡା ଗ୍ରାମର ଜଣେ ଯୁବକ ଗୁରୁବାର ମଧ୍ୟାନ୍ନ ରେ ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ମାଝୀଗୁଡା ଗ୍ରାମର ଜଗଲ ଗୌଡ଼ ଙ୍କ ପୁଅ କୃଷ୍ଠ ଗୌଡ଼ (୨୫) ଗ୍ରାମ ପାଖ ନିଜ ଜମିରେ ହଳ କରିବାକୁ ଯାଇଥିଲେ | ହଳ କରି ସାରିବା ପରେ ପାଖରେ ଥିବା ଏକ ନାଳରେ ଗାଧୋଇବା ପାଇଁ ଯାଇଥିଲେ | ଗାଧୋଉଥିବା ସମୟରେ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ | ପାଖରେ କାମ କରୁଥିବା ଲୋକେ ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଉଦ୍ଧାର କରିପାରିନଥିଲେ | ପରେ ଡାବୁଗାଁ ଅଗ୍ନିଶମ କେନ୍ଦ୍ର କୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ଖୋଜା ଖୋଜି କରି କୃଷ୍ଠ ଙ୍କୁ ପାଣି ରୁ ଉଦ୍ଧାର କରିଥିଲେ | ପରେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକର ଭାଇ କୃଶ ଗୌଡ଼ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇ ଥିଲେ | ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୩ /୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

masiha

ବିସ୍ଥାପିତଙ୍କୁ ନିଯୁକ୍ତି, ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ. ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଉଠାଇଲେ ବିଧାୟକ ଶ୍ରୀ ତନ୍ତୀ

ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷା

Sunil Chandra Nayak

Leave a Comment

error: Content is protected !!