ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

 ମୟୂରଭଞ୍ଜ : 24/11/ ( ମସିହା) ଆଜି ରାଇରଙ୍ଗପୁର ବ୍ଳକ୍ ମିଶନ ଗୃହ ଠାରେ ମୟୂରଭଞ୍ଜ ମିଶନ ଶକ୍ତି କାର୍ଯ୍ଯରତ କର୍ମକର୍ତ୍ତାଙ୍କ ମାନଙ୍କର ଉପଖଣ୍ଡ ସ୍ତରୀୟ ଏକ ନୂତନ ସଂଘ ଗଠନ କରାଯାଇଛି ।। ଏହି ସଂଗଠନ ସଂଘ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ମିଶନ ଶକ୍ତିର କର୍ମକର୍ତ୍ତାଙ୍କ ର ଅଧିକାର ନିମନ୍ତେ କାର୍ଯ୍ଯ କରିବ ବୋଲି ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ପ୍ରକାଶ କରିଥିଲେ । ନୂତନ ସଂଘର ଦାବି ଗୁଡିକ ହେଲା କାର୍ଯ୍ଯରତ ମିଶନ ଶକ୍ତିର ମାଁ ମାନଙ୍କ ର ଟିଏ ଡିଏ କୁ ସରକାର ବୃଦ୍ଧି କରନ୍ତୁ , ସାମାଜିକ ନୀରପତ୍ତା ସୁରକ୍ଷା ଦାବି , କାର୍ଯ୍ଯରତ ମିଶନ ଶକ୍ତିର କର୍ମକର୍ତ୍ତାଙ୍କୁ ୬୦ ବର୍ଷ କୁ ବୃଦ୍ଧି କରାଯାଉ। , କର୍ମକର୍ତ୍ତାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ମିଶନ ଶକ୍ତି ଅଧିନସ୍ଥ ଜୀବିକା ମିଶନ ଇ ସି ମାନଙ୍କୁ , ଦୂର୍ଘଟଣା ଜନୀତ ଘଟଣାରେ ସରକାରୀ ସହାୟତା ପ୍ରଦାନ ଏବଂ ସ୍ବାସ୍ଥ୍ଯ ବୀମା ଓ ଭତ୍ତା ପ୍ରଦାନ ପ୍ରମୁଖ ଦାବି ନେଇ ନୂତନ ସଂଘର ଗଠନ ରେ ବାମନଘାଟୀ ଉପଖଣ୍ଡ ର ୮୦ ଟି ଗ୍ରାମପଞ୍ଚାୟତ ର ୧୬୦ ଜଣ ସଭାନେତ୍ରୀ ଓ ସମ୍ପାଦିକା ମାନେ ଯୋଗଦାନ କରିଥିଲେ ।। କାର୍ଯ୍ୟକ୍ରମ ରେ ବାମନଘାଟୀ ଉପଖଣ୍ଡ ର ସାତଟି ବ୍ଲକ୍ ମଧ୍ଯ ରେ ଦୁଇ ଦୁଇ ଜଣ କୁ ମିଶନ ଶକ୍ତିର ଅଧିକାର ପାଇଁ ଚୟନ କରାଯାଇଥିଲା । ସେଥି ମଧ୍ଯ ରୁ ରାଇରଙ୍ଗପୁର ରୁ ଲିଳାବତୀ ମହାନ୍ତ ଓ ଚଞ୍ଚଳା ବାରିକ୍ , ଜାମଦା ବ୍ଲକ ରୁ ମାନୀ ଟୁଡୁ ଓ ତପସ୍ଵିନୀ ବାରିକ୍ ବିଶୋଇ ବ୍ଳକ୍ ରୁ ପୂର୍ଣ୍ଣିମା ମୁଣ୍ଡା ଓ କଳ୍ପନା ମହାନ୍ତ ବିଜାତଳା ବ୍ଳକ ରୁ ରୀତୁ ସେଜ୍ ପଡା ଓ ଫୁଲବତୀ ବାସ୍କେ , କୁସୁମୀ ବ୍ଲକ୍ ରୁ ସୁଭଦ୍ରା ମହାନ୍ତ ଓ ଯୋସଦା ମହାନ୍ତ , ବହଳଦା ବ୍ଳକ୍ ରୁ ରସ୍ମିତା ମହାକୁଡ୍ ଓ ସେବତୀ ମହାକୁଡ୍ , ତିରିଂ ବ୍ଳକ୍ ରୁ ପଦ୍ମିନୀ ସୂରୀ ଓ ପାନବତୀ ବିନ୍ଧାଣୀ ପ୍ରମୁଖ କ ଙ୍କୁ ଚୟନ କରାଯାଇଥିଲା ।। କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ ମୟୂରଭଞ୍ଜ ଜିଲ୍ଲା ମିଶନ ଶକ୍ତିର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ସମ୍ପାଦକ ସୁଦୀପ୍ତ ବାରିକ୍ ଓ କୋଷାଧ୍ୟକ୍ଷ ଚିରସ୍ମିତା ପୂର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଶାନ୍ତି ପୂର୍ଣ୍ଣ ଭାବେ ସଂଗଠନ ସଂଘ ଗଠିତ ହୋଇଥିଲା । ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାର ଆଉ ଦୁଇଟି ଉପଖଣ୍ଡ ରେ ସଂଘ ଗଠନ କରିବାର ନିଶ୍ଚିତ କରାଯିବ ବୋଲି ସଭାରେ ଆଲୋଚନା ହୋଇଥିଲା । ଜିଲ୍ଲା ରେ ସଂଘ ଗଠନ ସରିବା ପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ମିଶନ ଶକ୍ତିର ଦାବି ଓ ସେବା ପ୍ରତି ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାର ବ୍ଯବସ୍ଥା କରାଯିବ ।। ଏବଂ କହିଥିଲେ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ସରକାରଙ୍କ ସମସ୍ତ କାର୍ଯ୍ଯ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ବେସି କାମ କରୁଛନ୍ତି । ତେଣୁ ମିଶନ ଶକ୍ତିର ହକ୍ ସରକାର ପ୍ରଦାନ କରନ୍ତୁ । ବିଶେଷ ଭାବରେ ମିଶନ ଶକ୍ତିର କର୍ମକର୍ତ୍ତାଙ୍କୁ ଟିଏ ଡିଏ ବାବଦକୁ ମାତ୍ର ଛଅ ଶହ ଟଙ୍କା ଦେଉଥିବା ବେଳେ ଏହା କୁ ମାସକୁ ଛଅ ହଜାର କୁ ବୃଦ୍ଧି କରାଯାଉ ଏବଂ ଜିଲ୍ଲା ଓ ବ୍ଲକ୍ ଲେଭେଲ୍ ରେ ସ୍ବତନ୍ତ୍ର ମଟର ଯାନ ପ୍ରଦାନ କରାଯାଉ । ଯଦି ଏହି ଦାବି କୁ ସରକାର ପ୍ରଦାନ ନ କରନ୍ତି ତେବେ ଆଗାମୀ ଦିନରେ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ରାଜରାସ୍ତା ଓଲାଇବେ ବୋଲି ଗଣମାଧ୍ୟମ କୁ କହିଥିଲେ ।।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ

Sunil Chandra Nayak

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

ଡାବୁଗାଁରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ 

masiha

Leave a Comment

error: Content is protected !!