ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଲକରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ;୨୪୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଵଣ୍ଟନ

ବିଜାତଳା ବ୍ଲକରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ;୨୪୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଵଣ୍ଟନ

  ମୟୂରଭଞ୍ଜ-୩୧/୦୩ // ସମସ୍ତ ଗରିବ,ଗୁରୁବାର, ଅସହାୟ,ଦିଵ୍ଯାଙ୍ଗ,, ରୋଗାକ୍ରାନ୍ତ,ଅଗ୍ନି ପିଡିତା,ବାତ୍ୟା ପିଡିତା,ହାତୀ ଆକ୍ରାନ୍ତ,ବନ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ବାସିନ୍ଦାଙ୍କୁ ମୁଣ୍ଡ ଉପରେ ଛାତ ପାଇଁ ଅନ୍ତୋଦୟ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ଗୃହ ମଂଞ୍ଜୁର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ । ଓଡ଼ିଶାକୁ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକରେ ଆଭାଷୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋଦୟ ଯୋଜନାରେ ଗୃହ ଯୋଜନା ଶୁଭାରମ୍ଭ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ବିଜାତଳା ବ୍ଳକ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ରାଣୀ ମୁର୍ମୁ,ବିଡିଓ ବଂଶିଧର ଖୋସଲା, ସହକାରୀ ଯନ୍ତ୍ରୀ ବିମଳା ମାର୍ଣ୍ଡୀ, କନିଷ୍ଠ ଯନ୍ତ୍ରୀ ଚିତ୍ରସେନ ମହିନନ୍ଦିଆ,, ସନ୍ଦୀପ ଆନନ୍ଦ,,ବିପିସି କ୍ରୀଷ୍ଣା ଦାସ,ପ୍ରାକ୍ତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ,ବିଜେପି ଜିଲ୍ଲା ସଂପାଦକ ସରୋଜ ମହାନ୍ତ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ପ୍ରମୁଖ ଉପସ୍ଥିତ ଥିଲେ । ।ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଅନ୍ତୋଦୟ ଯୋଜନାରେ ଗୃହ ପାଇଁ ଚୟନ ହୋଇଥିବା ୨୪୦ ଜଣ ହିତାଧିକାରୀଙ୍କ ମଧ୍ୟରୁ ୯୩ ଜଣଙ୍କୁ ଅତିଥିଗଣ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।ତେବେ ବିଭିନ୍ନ ପଞ୍ଚାୟତରେ ବାଦ ପଡ଼ିଯାଇଥିବା ଯୋଗ୍ୟ ହ ତାଧିକାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀ ଵଂଶୀଧର‌ ଖୋସଲା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ପଞ୍ଚାୟତ ଅଧିକାରୀ,ବ୍ଳକ କର୍ମଚାରୀ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମାଟ୍ରିକ ପରୀକ୍ଷା ଫଳାଫଳରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୂଆପଡ଼ାର ସଫଳତା 

masiha

ଗୋଲାମୁଣ୍ଡା ରେ କୁରାଲ ପୂଜା ଅନୁଷ୍ଠିତ 

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

Sunil Chandra Nayak

Leave a Comment

error: Content is protected !!